ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଦ୍ୱାର

ପୁରୀ, (ଏସଏ ନ୍ୟୁଜ): ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଲାଗିଥିବା କବାଟ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ଭିତର ଓ ବାହାର କବାଟ ଗୁଡ଼ିକ ମରାମତି ହେବା ସହ ସେଥିରେ ରୂପା ଛାଉଣୀ ହେବ ବୋଲି ସୂଚନା ମିଳିଛି । ଏସମସ୍ତ ଦ୍ୱାରରେ ରୁପା ଚାଦର ଲଗାଯିବା ପାଇଁ ଡିଜାଇନ୍‌ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ଶ୍ରୀମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ବେହରଣ, ଜୟ ବିଜୟ ଓ କଳାହାଟ ଦ୍ୱାର ନୂତନ ଭାବେ ନିର୍ମାଣ କରାଯିବା ପାଇଁ ଯୋଜନା ଚାଲିଛି । ଖାଲି ସେତିକି ନୁହେଁ ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ନୂଆ କରି ନିର୍ମାଣ ହେବ ବୋଲି ମଧ୍ୟ ସ୍ଥିର କରାଯାଇଛି । ତେବେ ମନ୍ଦିର କବାଟ ରୂପା ଛାଉଣୀ କରିବା ପାଇଁ ଜଣେ ୧୯୨୦ କେଜି ରୂପା ଦାନ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.