ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଆହ୍ୱାନ: ହିଂସାର ବାଟ ଛାଡ଼ି ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କର

କଟକ,(ଏସ୍‌ଏନ୍ୟୁଜ):ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଆହ୍ୱାନ । ହିଂସାର ବାଟ ଛାଡ଼ି ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦେଲେ ଆହ୍ୱାନ । ଏଥିପାଇଁ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସୁଯୋଗ ରହିଥିବା କହିଛନ୍ତି ଡିଜିପି  ।  ସେପଟେ ଗତ ୧୧ ତାରିଖରେ କନ୍ଧମାଳ ଗୋଛାପଡା ଥାନା ଅଞ୍ଚଳରେ ଏସଓଜି ଯବାନ୍ ଏବଂ ମାଓବାଦୀଙ୍କ ମୁହାମୁହିଁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜିପି  । ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଜିପି  । ମାଓ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଏବଂ ଚାରି ରାଉଣ୍ଡ ଗୁଳି ଜବତ କରାଯାଇଛି  । ସେଠାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା କହିଛନ୍ତି ଡିଜିପି ।

Leave A Reply

Your email address will not be published.