ଓଡ଼ିଶା ସରକାରଙ୍କ ‘ମୋ ସରକାର’ ଉଦ୍ୟମକୁ ଦଶମ ଇଲେଟ୍ସ ନଲେଜ ସମିଟ୍ ସମ୍ମାନ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ସରକାରକୁ ଲୋକାଭିମୁଖି କରାଇବା ପାଇଁ ଓଡ଼ିଶା ସରକାରଙ୍କ ଡିଜିଟାଲ ଉଦ୍ୟମ ‘ମୋ ସରକାର’କୁ ଆଉ ଏକ ସମ୍ମାନ । ଇଲେଟସ ଟେକ୍ନୋମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ୧୦ମ ଟେକ୍ନୋ ନଲେଜ୍ ସମିଟରେ ଡିଜିଟାଲ ଗଭର୍ଣ୍ଣେସ ଅନ୍ତର୍ଗତରେ ଓଡ଼ିଶା ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ରଙ୍କୁ ଆୱାର୍ଡ ଅଫ୍ ଏକ୍ସିଲେନ୍ସ୍ ପ୍ରଦାନ କରାଯାଇଛି । ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଭାବେ ମନୋଜ ମିଶ୍ର ଅନୁଭବ କରନ୍ତି ଯେ, ନୂଆ ବିଶ୍ୱରେ ଲୋକଙ୍କୁ ପ୍ରକୃତରେ ଶକ୍ତିଶାଳୀ କରିବା ପାଇଁ ଡିଜିଟାଲ ଡେମୋକ୍ରସି ହେଉଛି ଚାବିକାଠି ।ଟେକ୍ନୋଲୋଜି ଜରିଆରେ ପ୍ରଶାସନିକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ୱୀକୃତି । ଏ କ୍ଷେତ୍ରରେ ନବୀନ ସରକାରଙ୍କ ବହୁ ଚର୍ଚ୍ଚିତ ୫-ଟି ପଦକ୍ଷେପ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି । ନାଗରିକଙ୍କ ପାଇଁ ବିଭିନ୍ନ ସେବା ଉପଲବ୍ଧ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ମୋ ସରକାର ୫-ଟି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.