୧୦ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ, ଜଣଙ୍କ ନାଁରେ ଥିଲା ୮ଲକ୍ଷ ଟଙ୍କାର ପୁରସ୍କାର

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ସୀମାରେ ଭୁଶୁଡୁଛି ଲାଲ ସଂଗଠନ । ମାଓ ସଂଗଠନରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଛନ୍ତି ୧୦ ଦୁର୍ଦ୍ଦାନ୍ତ ମାଓବାଦୀ । ଛତିଶଗଡ଼ ଦାନ୍ତେବଡା ଜିଲ୍ଲା ପୋଲିସ ନିକଟରେ ସମସ୍ତେ ଆତ୍ମସମର୍ପଣ କରିଥିବା ଜିଲ୍ଲା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ୧୦ ଜଣଙ୍କ ମଧ୍ୟରୁ ବୋମାନ ସୋରୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।ବୋମାନ ବିଜାପୁର ଜିଲ୍ଲାରେ ଅନେକ ଯବାନ ମାନଙ୍କୁ ଟାର୍ଗେଟ କରି ବିସ୍ଫୋରକ ଖଞ୍ଜିଥିଲେ । ଏହା ସହିତ  ୨୦୦୭ ପାମୁଲୱା ଏବଂ  ୨୦୦୮ ତାଡେକେଲ ବିସ୍ଫୋରଣରେ ବୋମାନର ସଂପୃକ୍ତି ଥିଲା । କେବଳ ସେତିକି ନୁହେଁ କିଛି ମାସ ଧରି ଗଙ୍ଗାଲୁର ଅଞ୍ଚଳରେ ୧୪ ଜଣ ଅଧିବାସୀ ଲୋକଙ୍କୁ ସେ ହତ୍ୟା ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି ।ସେହିପରି ଅନ୍ୟ ଜଣେ ଆତ୍ମସମର୍ପଣକାରୀ ନନ୍ଦରାମ୍ ସୋରି ନାଁରେ ଏକାଧିକ ମାମଲା ରହିଥିବା ସୂଚନା । ୨୦୦୮ ମସିହାରେ ଭାରତୀୟ ବାୟୁ ସେନା ହେଲିକପ୍ଟର ଫାଇରିଙ୍ଗରେ ତାଙ୍କ ସଂପୃକ୍ତି ଥିବା ମଧ୍ୟ ଜଣା ପଡିଛି । ସେହିପରି ଦୁର୍ଦ୍ଦାନ୍ତ ଅପରାଧୀ ଭୀମା ମଣ୍ଡାଭି ୩ ଯବାନଙ୍କୁ ହତ୍ୟା କରିଥିଲା ।

Leave A Reply

Your email address will not be published.