ଏମ୍ସରୁ ଡିସଚାର୍ଜ ହେଲେ ସୂର୍ଯ୍ୟନଗରର କରୋନା ଆକ୍ରାନ୍ତ, ରାଜ୍ୟରେ ୬୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ସୂର୍ଯ୍ୟନଗରର କରୋନା ଆକ୍ରାନ୍ତ ନମ୍ବର ୫(୬୦ବର୍ଷୀୟ ବୃଦ୍ଧ) ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି | ଆକ୍ରାନ୍ତଜଣଙ୍କ ମାର୍ଚ୍ଚ ୩୧ରେ କରୋନାର ଲକ୍ଷଣ ଥିବାରୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ | ଏପ୍ରିଲ ୧ରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା | ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପରେ ପୀଡିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ଭେଣ୍ଟିଲିଟରରେ ରଖାଯାଇଥିଲା | ଏପ୍ରିଲ ୧୮ପର୍ଯ୍ୟନ୍ତ ତାଙ୍କୁ ଭେଣ୍ଟିଲିଟରରେ ରଖାଯାଇଥିବା ବେଳେ ତାଙ୍କ ଅବସ୍ଥା ସୁଧୁରିବା ପରେ ତାଙ୍କୁ କୋଭିଡ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା | କିଛି ଦିନର ଚିକିତ୍ସା ପରେ ଏପ୍ରିଲ ୬ ଏବଂ ୮ରେ ଦୁଇଥର ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା | ପରେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ସେ ଡିସଚାର୍ଜ ହୋଇ ଘରକୁ ଫେରିଥିବା ଜଣା ପଡିଛି |

ସୂଚନା ମୁତାବକ, ଏଯାଏଁ ଗ୍ରୀନ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲା ଆଜି କରୋନା ମାନଚିତ୍ରରେ ଯୋଡ଼ି ହୋଇଥିଲା । ଏକକାଳୀନ ୪ ଜଣ କରୋନା ପଜିଟିଭ ଜଗତସିଂହପୁରରୁ ଏବଂ କେନ୍ଦ୍ରାପଡ଼ା ଜିଲ୍ଲରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧ଜଣ ସୁସ୍ଥ ହୋଇଛନ୍ତି |

Leave A Reply

Your email address will not be published.