ଲଗାଣ ବର୍ଷାରେ ଚାଷୀ ହନ୍ତସନ୍ତ, ଜମି ଜଳମଗ୍ନ, ବ୍ୟାପକ ଫସଲ ନଷ୍ଟ

ଭୁବନେଶ୍ୱର, (ଏସଏ ନ୍ୟୁଜ): ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ରାଜ୍ୟବ୍ୟାପୀ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବିଶେଷ କରି ଚାଷୀଭାଇମାନଙ୍କର ଅବସ୍ଥା କହିଲେ ନ ସରେ । ଜମିରେ ପାଣି ଜମି ରହି ନିଷ୍କାସିତ ନ ହୋଇ ପାରିବା ଯୋଗୁ ବ୍ୟାପକ ଫସଲ ହାନୀ ଆଶଙ୍କା ଦେଖାଦେଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ଜିଲ୍ଲା ବେହାଲ ହୋଇପଡ଼ିଛି । ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଫଳରେ ନଦୀରେ ଜଳସ୍ତର ବଢ଼ୁଛି । ଯାହାକି ଲୋଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଲଗାଣ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି । ସ୍କୁଲ ଓ ରାସ୍ତାଘାଟ ସବୁ ଜଳାବର୍ଣ୍ଣ ହୋଇଯାଇଛି । ସ୍କୁଲ ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି । ଜଳ ନିଷ୍କାସନର ବାଟ ନଥିବାରୁ ଚାଷ ଜମିରେ ମଧ୍ୟ ବର୍ଷା ଜଳ ମାଡ଼ିଯାଇଛି । ଫଳରେ ଫସଲ ସବୁ ନଷ୍ଟ ହୋଇଯାଇଛି ।

ଅଂଟାଏ ପାଣିରେ ବୁଡି ଉଜୁଡି ଯାଇଛି ବର୍ଷକର ଆହାର । ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ । ଜଗତସିଂହପୁର ଜିଲ୍ଲାରେ ବର୍ତମାନ ୮୬ ହଜାର ୨୨୦ ହେକ୍ଟର ଚାଷଜମିରେ ଧାନ ଚାଷ କରାଯାଇଛି । ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ଜଗତସିଂହପୁର, ରଘୁନାଥପୁର, ତିର୍ତୋଲ, କୁଜଙ୍ଗ ଓ ବାଲିକୁଦା ଅଂଚଳ ଧାନ ଚାଷର କ୍ଷୟକ୍ଷତି ନେଇ ଶବିଶେଷ ତଥ୍ୟ ପ୍ରତ୍ୟେକ ତହସିଲଦାର ପ୍ରସ୍ତୁତ କରୁଛନ୍ତି । ବର୍ତମାନ ଜଗତସିଂହପୁର ଜିଲ୍ଲାରେ ୫୭୨ ମିଲିମିଟର ବର୍ଷା ହୋଇସାରିଲେଣି । ଅଣଜଳସେଚିତ ଜମି ହେକ୍ଟର ପିଛା ୬ ହଜାର ୫ ଶହ ଟଙ୍କା ରହିଥିବା ବେଳେ ଜଳ ସେଚିତ ଜମି ପାଇଁ ୧୩ ହଜାର ୫ ଶହ ଟଙ୍କା ଥିବା ଜଣାପଡ଼ିଛି ।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ରାଉରକେଲା ସହରର ପଲପଲ ବସ୍ତି ଓ ବାଲୁଘାଟ ବସ୍ତିରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି । ବନ୍ୟା ଜଳ ପ୍ରବେଶ କରିବା ପରେ ଦୁଇଟି ବସ୍ତିରେ ୨୦ଟି ଘର ବନ୍ୟା ଜଳ ଘେରରେ ରହିଛି । ବ୍ରାହ୍ମଣୀ ନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ବସ୍ତି ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ପଲପଲ ବସ୍ତିରେ ଓ ବାଲୁଘାଟ ବସ୍ତିରେ ବନ୍ୟାଜଳ ପ୍ରବେଶ କରଥିିବା ସୂଚନା ପାଇ ରାଉରକେଲା ମହାନଗର ନିଗମ କମିଶନର ବସ୍ତି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ବନ୍ୟାଜଳ ଘେରରେ ଥିବା ଲୋକଙ୍କୁ ସ୍ଥାନୀୟ ସ୍କୁଲ ଗୃହକୁ ସ୍ଥାନାନ୍ତରିତ କରାଯିବା ସହ ଅନ୍ୟ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟବସ୍ଥା ଆରମ୍ଭ କକରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି । ମନ୍ଦିରା ଡ୍ୟାମ୍‌ରେ ୭୪ ହଜାର ୯୩୭ କ୍ୟୁସେକ୍‌ଜଳ ପ୍ରବେଶ କରୁଛି । ଫଳରେ ମନ୍ଦିରା ଡ୍ୟାମ୍‌ର ୯ଟି ଗେଟ୍‌ଖୋଲା ଯାଇଛି । ମନ୍ଦିରା ଡ୍ୟାମ୍‌ରେ ୬୮୦ ଫୁଟଜଳସ୍ତର ରହିଛି । ସେହିପରି ରାଉରକେଲା ସହରର ତରକେରା ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୮ଟି ଗେଟ୍‌ ଖୋଲା ରହିଛି । ତରକେରା ଡ୍ୟାମର ଜଳସ୍ତର ଏବେ ୬୫୨ ଫୁଟ୍‌ରହିଛି ।

Leave A Reply

Your email address will not be published.