୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ଏକାମ୍ର ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ସୋମବାର ସକାଳେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି।

ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.