ଥମିବାର ନାଁ ନେଉନି ପରୀ ହତ୍ୟାକାଣ୍ଡ ତାତି : ପରୀର ବାପା-ମା’ଙ୍କୁ ଭେଟିଲେ ଚେଲ୍ଲାକୁମାର

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):: ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡ ତାତି ଥମିବାର ନାମ ନେଉନାହିଁ। ଗୋଟିଏ ପଟେ ଏସ୍‌ଆଇଟି ତଦନ୍ତ ଜାରି ରହିଥିବା ବେଳେ, ଅନ୍ୟପଟେ ଯଦୁପୁର ଗ୍ରାମକୁ ବିରୋଧୀଙ୍କ ଘନ ଘନ ଗସ୍ତ ନିଆଁରେ ଘିଅ ଢାଳିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ନୟାଗଡ଼ ଗସ୍ତରେ ଆସି ପରୀର ବାପା-ମା’ଙ୍କୁ ‌ଭେଟିଛନ୍ତି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଟିମ୍‌ ଆସିଥିଲା। ସହ ପ୍ରଭାରୀ ଜି. ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ପରୀ ପରିବାରକୁ ଭେଟି ଘଟଣା ବାବଦରେ ଅବଗତ ହୋଇଥିଲେ।

Leave A Reply

Your email address will not be published.