ପରୀ ହତ୍ୟା ମାମଲା : ବାବୁଲିଙ୍କ ଘରେ ଏସ୍‌ଆଇଟି, ଡ୍ରାଇଭର୍‌କୁ ଉଠାଇନେଲା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ପରୀ ହତ୍ୟା ମାମଲାରେ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ ଟିମ୍‌ (ଏସ୍‌ଆଇଟି) ତଦନ୍ତକୁ ଜୋର୍‌ଦାର୍‌ କରିଛି। ଏହି ଘଟଣା‌ରେ ସନ୍ଦେହଘେରକୁ ଆସିଥିବା ପରୀର ଗ୍ରାମ ନୟାଗଡ଼ର ଯଦୁପୁର ବାସିନ୍ଦା ତଥା ବିଜେଡି ନେତା ବାବୁଲି ନାୟକଙ୍କ ୩ ମହଲା କୋଠାକୁ ଆଜି ଯାଞ୍ଚ୍‌ କରିଛି। ଯାଞ୍ଚ୍‌ ସମୟରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଉପସ୍ଥିତ ଥିଲେ। ଶ୍ରୀ ବୋଥ୍ରା ବାବୁଲି ଓ ତାଙ୍କ ପୁଅଙ୍କୁ ଜେରା କରିଛନ୍ତି। ପରୀ ହତ୍ୟା ମାମଲା ସମ୍ପର୍କିତ ପ୍ରଶ୍ନ ସମେତ ଅନ୍ୟାନ୍ୟ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ବାବୁଲିଙ୍କୁ ଜେରା ପରେ ତାଙ୍କ ଡ୍ରାଇଭର୍‌ ବିଜୟ ବେହେରାଙ୍କୁ ଏସ୍ଆଇଟି ଉଠାଇ ନେଇଛି। ବିଜୟ ନୟାଗଡ଼ ଇଟାମାଟିରେ ରହୁଥିବା ବେ‌ଳେ ସେଠାରୁ ପୁଲିସ ତାଙ୍କୁ ପ୍ରଥ‌ମେ ସର୍କିଟ୍‌ ହାଉସକୁ ‌ନେଇଯାଇଥିଲା। ସେଠାରୁ ନୟାଗଡ଼ ଟାଉନ ଥାନାକୁ ନେଇ ଏସ୍‌ଆଇଟିର ଏକ‌ାଧିକ ଅଫିସର୍‌ ତାଙ୍କୁ ୨ ଘଣ୍ଟା ଜେରା କରିଥିଲେ।

Leave A Reply

Your email address will not be published.