ଭୟଙ୍କର ସଡ଼କ ଦୁର୍ଘଟଣା : ବାପ-ପୁଅଙ୍କ ମୃତ୍ୟୁ

ବଲାଙ୍ଗିର,(ଏସ୍‌ଏନ୍ୟୁଜ): ନିମିଷକେ ଚାଲିଗଲା ଜୀବନ । ଆଖି ଦେଖୁ ଦେଖୁ ଯମ ନେଇଗଲା ସ୍ୱାମୀ ଓ ପୁଅର ପ୍ରାଣ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଜମ୍ବେଲ ଛକରେ ଏମିତି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ମଧ୍ୟାହ୍ନରେ ଏକ ବୋଲେରୋ ସହ ବାଇକ୍ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ କେହି କିଛି ବୁଝିବା ଆଗରୁ ଜଳି ଯାଇଥିଲା ବାଇକଟି ।

ବାଇକରେ ୪ ଜଣ ଯାତ୍ରା କରୁଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷକର ଛୁଆ ଓ ମାଆ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ମାଆ, ଛୁଆଙ୍କୁ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଇକରେ ୪ ଜଣ ବଲାଙ୍ଗିରରୁ ରୁଷୁଡ଼ା ଯାଉଥିବା ବେଳେ ଜମ୍ବେଲ ଛକରେ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.