କମିଲା ସ୍କୁଲ ସିଲାବସ୍‌

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ୩୦% କମିଲା ସ୍କୁଲ ସିଲାବସ୍‌ । କରୋନା ମହାମାରୀ ଚାଲିଥିବାବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାକୁ ନେଇ ଅନେକ ଦ୍ୱନ୍ଦ ଦେଖିବାକୁ ମିଳୁଥିଲା । ତେବେ ବର୍ତମାନ ଏହାର ସମାଧାନ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌କୁ ହ୍ରାସ କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ପୂର୍ବରୁ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା । ବିଭାଗ କମିଟି ରିପୋର୍ଟ ଆଧାରରେ କମାଯାଇଛି ସିଲାବସ୍‌ । ସଂଶୋଧିତ ସିଲାବସ୍‌ SCERT, BSE ଓ CHSE ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

Leave A Reply

Your email address will not be published.