ଭୁବନେଶ୍ୱରରେ ଆଜି ୩୩୨ ପଜିଟିଭ ଚିହ୍ନଟ

ବସ୍ତିରେ କାୟା ମେଲାଇଛି କରୋନା

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଆଜି ପୁଣି ଭୁବନେଶ୍ୱରରେ ୩୩୨ନୂଆ ପଜିଟିଭ କେସ ବାହାରିଛି । ଏଥିରୁ ୧୭୩ଜଣ କ୍ୱାରେଂଟ।।ଇନ୍‌ରେ ଥିଲେ ବୋଲି ବିଏମ୍‌ସି ଦର୍ଶାଇଛି । ବାକି ୧୫୯ଜଣ ସ୍ଥାନୀୟ ସଂକ୍ରମିତ । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବେକାବୁ ହୋଇ ମାଡୁଛି । କଟକ ଓ ଗଞ୍ଜାମ ଭଳି ଜିଲ୍ଲାଠାରୁ ବି ଭୁବନେଶ୍ୱରରେ ଅଧିକ ସକ୍ରିୟ ରୋଗୀ ଅଛନ୍ତି । ରାଜଧାନୀର ସକ୍ରିୟ ସଂଖ୍ୟା ୩୧୬୨ରେ ପଂହଚିଛି । ଏହି ରୋଗୀଙ୍କ ଭିତରୁ ଅନେକ ହସ୍ପିଟାଲ ବା କୋଭିଡ୍‌ କେୟାର ସେଂଟରରେ ରହି ଚିକିତ୍ସିତ ହେଉଥିବାବେଳେ ବାକି ହୋମ୍‌ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି । ସହରରେ ଆଜିସୁଦ୍ଧା ମୋଟ ୪୭୨୬ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୫୯ ପ୍ରତିଶତ ରହିଛି । ରାଜଧାନୀରେ ସୁସ୍ଥ ହାର ୬୦ରୁ ୬୫ ପ୍ରତିଶତ ରହୁଥିବାବେଳେ ଏବେ ସୁସ୍ଥ ହାର ଖସୁଛି । ସହରରେ ଆଜିସୁଦ୍ଧା ମୋଟ ୩୩ଜଣଙ୍କର ମୃତ୍ୟୁ ହୋଇଛି ।

କେଉଁଠି କେତେ ପଜିଟିଭ କେସ:
ସପ୍ତମ ବାଟାଲିୟନରୁ ଆଉ ୧୩ଜଣ ପୁଲିସ ଓ ପୁଲିସ ସିକ୍ୟୁରିଟି ୱିଙ୍ଗରୁ ୨ଜଣ ପଜିଟିଭ୍‌? ଚିହ୍ନଟ ହୋଇଛନ୍ତି । ଭରତପୁରରୁ ୬, ମଧୁସୂଦନନଗରରୁ ୨, ନୂଆପଲ୍ଲୀରୁ ୭, କଳିଙ୍ଗନଗରରୁ ୪, ଜଗନ୍ନାଥ ବସ୍ତିରୁ ୩, ସାଲିଆ ସାହିରୁ ୪, ମଞ୍ଚ?ଶ୍ୱରରୁ ୩, ବରମୁଣ୍ଡାରୁ ୩, ସତ୍ୟନଗରରୁ ୩ଜଣ ସଂକ୍ରମିତ ବାହାରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅଫିସ୍‌?ରୁ ୨, ୟୁନିଟ-୬ରୁ ୨, ୟୁନିଟ-୮ରୁ ୨, ଖାରବେଳନଗରରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନୀଳ୍ରାଦ୍ରିବିହାରରୁ ୩, ସୌଭାଗ୍ୟନଗରରୁ ୩, ସତ୍ୟନଗରରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଧରା ପଡିଛନ୍ତି । ବସ୍ତି ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି । ସାଲିଆ ସାହି, ସୁବାସନଗର, ଶିରିପୁର ଶବର ସାହି, ସାଇନା ଶ୍ରମିକ, ଦୁର୍ଗା ବସ୍ତି ଓ ବେହେରା ସାହି ବସ୍ତିରୁ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜଧାନୀରେ ୩୪୨୯ ସକ୍ରିୟ ରୋଗୀ ଥିବେ ବୋଲି ଗତ ଶନିବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆକଳନ କରିଥିଲେ । କିନ୍ତୁ ସକ୍ରିୟ ରୋଗୀ ସଂଖ୍ୟା ଯେଉଁ ହାରରେ ବଢୁଛି ତାହା ବିଏମ୍‌ସି ଆକଳନଠାରୁ ଟପିଯିବ । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୨୭ ସକ୍ରିୟ ରୋଗୀ ସଂଖ୍ୟା ଥିବାବେଳେ ଏହାର ୫୭ପ୍ରତିଶତ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ।

ବସ୍ତିରେ ସଂକ୍ରମଣ ପୁଣି ଡରାଇଛି:
ମଙ୍ଗଳବାର ଦିନକରେ ବସ୍ତି ଅଂଚଳରୁ ୫୦ ସଂକ୍ରମିତ ବାହାରିଛନ୍ତି । ଏହାକୁ ନେଇ ପୁଣି ଭୟ ବଢିଛି । ସଂକ୍ରମଣ ଦୃଷ୍ଟିରୁ ବସ୍ତି ଅଂଚଳ ସମ୍ବେଦନଶୀଳ ହୋଇଥିବାରୁ ଦିନକରେ ଏତେ ସଂଖ୍ୟାରେ ସଂକ୍ରମିତ ବାହାରିବା ଚିନ୍ତାର କାରଣ ପାଲଟିଛି । ସାଲିଆ ସାହିରୁ ପୁଣି ୭ ସଂକ୍ରମିତ ବାହାରିଛନ୍ତି । ସାଲିଆ ସାହି ତାରିଣୀନଗରରୁ ଜଣେ, ଆଦିବାସୀଗାଁରୁ ୪ଜଣ ଓ ଶ୍ରୀରାମନଗରରୁ ଜଣେ ସଂକ୍ରମିତ ବାହାରିଛନ୍ତି । ୬ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ବାକି ଜଣେ ସ୍ଥାନୀୟ ସଂକ୍ରମିତ । ସେହିଭଳି ଜଗନ୍ନାଥ ବସ୍ତିରୁ ୩, ବାଣୀବିହାର ପଥରବନ୍ଧ ବସ୍ତିରୁ ୨ଜଣ, ବାଲିପଟା ବସ୍ତିରୁ ଜଣେ, ସୁବାସନଗର ବସ୍ତିରୁ ଜଣେ, ମହାବୀର ବସ୍ତିରୁ ୨ ଓ ନୀଳାଦ୍ରିବିହାର ସୀତାନାଥ ବସ୍ତିରୁ ଦୁଇ ଜଣ ସଂକ୍ରମିତ ବାହାରିଛନ୍ତି । ବାପୁଜୀନଗର କେଦାରପଲ୍ଲୀ ବସ୍ତି, ନୂଆପଲ୍ଲୀ ତ୍ରିନାଥ ନଗର ବସ୍ତି, ମଂଚେଶ୍ୱର ଝରଣା ବସ୍ତି, ବେହେରା ସାହି ବସ୍ତି, ସାଇନା ଶ୍ରମିକ ବସ୍ତି, ଶିରିପୁର ଶବର ସାହି, ଦୁର୍ଗାବସ୍ତିରୁ ସଂକ୍ରମିତ ଧରାପଡ଼ିଛନ୍ତି ।

Leave A Reply

Your email address will not be published.