ଦୁର୍ଗାପୂଜାକୁ ନେଇ କଟକ ଜିଲ୍ଲାପାଳଙ୍କ ଗ୍ରୀନ୍‌ ସିଗନାଲ୍‌

କଟକ, (ଏସଏ ନ୍ୟୁଜ୍‌): କଟକରେ ଦୁର୍ଗାପୂଜାକୁ ନେଇ ଦୁର୍ଗାପୂଜା କମିଟି ମାନେ ଆଶା ଆଶଙ୍କାରେ ଥିବାବେଳେ ବୁଧବାର କଟକ ଜିଲ୍ଲାପାଳ ତାଙ୍କ ମତ ପରିବର୍ତନ କରିଛନ୍ତି । ଭିଡ ନ ଜମାଇ ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ସହିତ ପୂଜା କମିଟି ଗୁଡିକ ମା’ ଦୁର୍ଗାଙ୍କ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଏହାକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି ।

କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ମଙ୍ଗଳବାର ଦିନ କହିଥିଲେ । ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । କଟକରେ ପୂଜା କଲେ ସହରରେ ସାମାଜିକ ଦୂରତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିଲା । ମାତ୍ର ଆଜି ପୁଣି ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଗ୍ରୀନ୍‌ ସିଗନାଲ୍‌ ଦେଇଛନ୍ତି ।

ଉଲ୍ଳେଖଯୋଗ୍ୟଯେ, କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । କିଛି ଏହିଭଳି ଯୁକ୍ତିକୁ ଆଧାର କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲ ଦାଏର ହୋଇଥିଲା । ।

Leave A Reply

Your email address will not be published.