କୋଭିଡ଼ ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକୁ ଦିନ ନିୟନ୍ତ୍ରଣରେ ଆସୁଛି କରୋନା । ନମୁନା ପରୀକ୍ଷଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୬୦ ଲକ୍ଷ ନମୁନା ପରୀକ୍ଷଣ ହୋଇଛି । ସେହିପରି ରାଜ୍ୟରେ ୪.୫ ମାସରେ ପ୍ରଥମ ଥର ପାଇଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫ ହଜାର ତଳକୁ ଖସିଛି ।ନମୁନା ପରୀକ୍ଷଣରେ ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବା ନେଇ ଟ୍ୱିଟ ଯୋଗେ ନିଜ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ସାଢେ ୪ମାସ ଭିତରେ ପ୍ରଥମଥର ପାଇଁ ୫ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଏହା କେବଳ କରୋନାକୁ ହରାଇବାର ରାଜ୍ୟବାସୀଙ୍କ ଭିତରେ ଥିବା  ସ୍ପୃହା , ଅନୁଶାସନ ଓ ନିଷ୍ଠା ପାଇଁ ସମ୍ଭବ ହୋଇଛି । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.