କେନ୍ଦ୍ର ସରକାର କଲେ ସ୍ପଷ୍ଟ, ଦେଶରେ ସମସ୍ତଙ୍କୁ ଦିଆ ଯିବ ନାହିଁ କରୋନା ଟିକା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): କରୋନା ସଂକ୍ରମଣ ବଢିବା ସହ ଭ୍ୟାକ୍ସିନ ପ୍ରସ୍ତୁତିକୁ ପ୍ରକ୍ରିୟାକୁ ମଧ୍ୟ ଦ୍ରୁତ ଗତିରେ କରିବା ପାଇଁ ପ୍ରୟାସ କରାଯାଇଥିଲା । ଯାହା ଭ୍ୟାକ୍ସିନ ପ୍ରସ୍ତୁତିର ସ୍ୱାଭାବିକ ପଦ୍ଧତି ନୁହେଁ । ସାଧାରଣତଃ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ମଧ୍ୟ ୪ ବର୍ଷ ସମୟ ଆବଶ୍ୟକ କରିଥାଏ । କିନ୍ତୁ କୋଭିଡର ଆତଙ୍କରେ ବାଧ୍ୟ ହୋଇ କେନ୍ଦ୍ର ସରକାର ଏହାକୁ ୧୬ରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ପ୍ରୟାସ କରିଛନ୍ତି । ଏଭଳି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ।

ସେ କହିଛନ୍ତି ଯେ ଭାରତରେ ଭ୍ୟାକ୍ସିନ ପ୍ରସ୍ତୁତର ଉଦ୍ଦେଶ୍ୟକୁ ପ୍ରଥମେ ବୁଝିବାକୁ ପଡ଼ିବ । ସଭିଁଙ୍କୁ ଭ୍ୟାକ୍ସିନ ଦେବା କଥା ସରକାର କେବେ କହିନାହାନ୍ତି କିମ୍ୱା ଏହା କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ମଧ୍ୟ ନୁହେଁ । ମୁଖ୍ୟତଃ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି । ଭ୍ୟାକ୍ସିନ ଆସିବା ପରେ ମଧ୍ୟ ସମସ୍ତଙ୍କୁ ଭ୍ୟାକ୍ସିନ ଦିଆଯିବ ନାହିଁ । କରୋନା ଚେନ୍ ଭାଙ୍ଗିବା ପାଇଁ ଆବଶ୍ୟକ ଥିବା କ୍ଷେତ୍ରରେ ଭ୍ୟାକ୍ସିନର ପ୍ରୟୋଗ ହେବ । ସେହିଭଳି ପ୍ରାଥମିକତା ଦୃଷ୍ଟି କୋଣରୁ କେବଳ ଜଟିଳ ଭାବେ ସଂକ୍ରମିତ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ଦିଆଯିବ । କରୋନା ଭ୍ୟାକ୍ସିନ ଆସିବା ପରେ ଏହାକୁ ତଥ୍ୟ ଆଧାରରେ ବ୍ୟବହାର କରାଯିବ । ତଥ୍ୟାତ୍ମକ ବିଶ୍ଲେଷଣ ପରେ ହିଁ ଟିକାକରଣ ହେବ ।

Leave A Reply

Your email address will not be published.