ବୁଧବାର୧୩ ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ୪୪୧କୁ ବୃଦ୍ଧି

ଭୁବନେଶ୍ୱର,(ଏସଏ ନ୍ୟୁଜ): ରାଜ୍ୟରେ କରୋନାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦିନକୁ ଦିନ ପରିସ୍ଥିତି ବେହାଲ ହେବାକୁ ଲାଗିଲାଣି । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ମଧ୍ୟ ଘଟୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଟ୍ୱିଟ୍‌ ଯୋଗେ ଏହି ସୂଚନା ପ୍ରଦାନ କରିଛନ୍ତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମ, କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତମାନସୁଦ୍ଧା ମୋଟ୍‌ ୮୭୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭୬୩୮ଟି ଆକ୍ଟିଭ୍‌ କେସ୍‌ ରହିଛି । ୫୯୪୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୪୨୮ ଜଣଙ୍କର ମୃତ୍ୟୁ ହୋଇଛି । ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୪୮୫୧୬୭ଟି ସାମ୍ପୁଲ ଟେଷ୍ଟ୍‌ ହୋଇଛି ।

Leave A Reply

Your email address will not be published.