ଓଡ଼ିଶାର ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲିସିୟସ୍‌ ତଳେ; ସୋନପୁରରେ ସବୁଠୁ କମ୍‌ ୯ ଡିଗ୍ରି ସେଲିସିୟସ୍‌

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲିସୟସ୍‌ ତଳକୁ ଖସି ଯାଇଥିବାରୁ ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି।ଗତ ରାତିରେ ସର୍ବନିମ୍ନ ୯ ଡିଗ୍ରି ସେଲିସିୟସ୍‌ ତାପମାତ୍ରା ଥାଇ ସୋନପୁର ସବୁଠୁ ଶୀତଳ ଅଞ୍ଚଳ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରି ଏବଂ ଅନଗୁଳରେ ୧୦.୬ ଡିଗ୍ରି ସେଲିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

ସେହିଭଳି, ଫୁଲବାଣୀରେ ୧୧.୩ ଡିଗ୍ରି, କେନ୍ଦୁଝରରେ ୧୨ଡିଗ୍ରି, ବାରିପଦାରେ ୧୨.୪ ଡିଗ୍ରି, ଭବାନୀପାଟଣାରେ ୧୨.୮ ଡିଗ୍ରି, କୋରାପୁଟରେ ୧୩ ଡିଗ୍ରି, ଝାରସୁଗୁଡ଼ାରେ ୧୩.୨ ଡିଗ୍ରି ଏବଂ ବଲାଙ୍ଗୀରରେ ୧୪ ଡିଗ୍ରି ସେଲିସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏହା ବ୍ୟତିରେକେ ଗତ ରାତିରେ କଟକ ସହରରେ ୧୪.୮ ଡିଗ୍ରି ଏବଂ ଭୁବନେଶ୍ୱରରେ ୧୬ ଡିଗ୍ରି ସେଲିସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିଥିବା ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଳ୍ପ କେତେକ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ଆହୁରି ଦୁଇ, ତିନି ଡିଗ୍ରି ସେଲିସିୟସ୍‌ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ଓଡ଼ିଶାର ଜିଲ୍ଲାମାନଙ୍କରେ ତାପମାତ୍ରାରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Leave A Reply

Your email address will not be published.