ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୪୦୦ ଗ୍ରାମ ସୁନା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଜଣେ ଯାତ୍ରୀଙ୍କ ପାଖରୁ ପାଖାପାଖି ୪୦୦ ଗ୍ରାମ ସୁନା ଜବତ କରାଯାଇଛି | ସୁନା ଚୋରା ଚାଲାଣ ହେଉଥିବାର ଖବର ପାଇବା ପରେ ପୁଲିସ ଆଜି ଏହି ସୁନା ଜବତ କରିଛି | ମିଳିଥିବା ସୂଚନା ମୁତାବକ ଚେନ୍ନାଇ ଯାଉଥିବା ଏ ଜୈନୁଲବାଦିନ ନାମକ ଯାତ୍ରୀ ଏହି ସୁନା ନେଇ ଯାଉଥିଲେ | ବିମାନବନ୍ଦରରେ ଲାଗିଥିବା ସ୍କାନର ଦେଇ ଯେତେବେଳେ ବ୍ୟକ୍ତିଜଣକ ଯାଇଥିଲେ ସେତେବେଳେ ତାଙ୍କ ଶରୀରରେ କିଛି ଜିନିଷ ଥିବା ନେଇ ସଙ୍କେତ ମିଳିଥିଲା | ଆଉ ସେଠାରେ ଥିବା ସୁରକ୍ଷା କର୍ମଚାରୀ ଯେତେବେଳେ ପୁନଃ ଯାଞ୍ଚ କରିଥିଲେ ସେତେବେଳେ ମଧ୍ୟ କୌଣସି ଓଜନିଆ ଜିନିଷ ଥିବା ନେଇ ସଂକେତ ମିଳିଥିଲା | ଏହା ପରେ ତାଙ୍କର ଯାଞ୍ଚ କରାଯାଇଥିଲା | ଏହା ପରେ ଏହି ବ୍ୟକ୍ତିଙ୍କ ଠାରୁ ଚାରିଟି ସୁନା ଖଣ୍ଡ ମିଳିଥିଲା | ଏହି ସୁନା ଖଣ୍ଡଗୁଡିକର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଥିବାବେଳେ ସେ କେଉଁଠାରୁ ଏଗୁଡ଼ିକୁ ଆଣିଲେ ସେ ନେଇ ପଚରାଉଚୁରା ଜାରି ରହିଛି | ତେବେ ଅଧିକ ସୂଚନା ପାଇଁ ବର୍ତ୍ତମାନ ସୀମାଶୁଳ୍କ ଅଧିକାରୀ ଏବାବଦରେ ଛାନଭିନ ଚଳାଉଛନ୍ତି |

Leave A Reply

Your email address will not be published.