ବାଲିପାଟଣା ,(ଏସ୍ଏନ୍ୟୁଜ): ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ଶିଶୁ ଅନନ୍ତଙ୍କ ୩ ଶହ ତମ ପର୍ଯ୍ୟଟନସ୍ଥଳୀ ଅଛି | ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଚଶଖାଙ୍କ ମଧ୍ୟରେ ମହାପୁରୁଷ ସିଦ୍ଧସାଧକ ଶିଶୁ ଅନନ୍ତ ଅନ୍ୟତମ | ଅନନ୍ତଙ୍କୁ କିପରି ଶିଶୁ ଅନନ୍ତ ଉପାଧି ମିଳିଲା , ମହାପୁରୁଷଙ୍କ ମହିମା , ମଧୁସୂଦନବ୍ବାବାଙ୍କ କାହାଣୀ, ଶ୍ରୀ ମୂର୍ତ୍ତି ଦେବ ବା ମଦନ ମୋହନଙ୍କ ମହିମା ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି |
ଏହି ଚଳଚ୍ଚିତ୍ରର ନାମ ‘ଶିଶୁ ଅନନ୍ତଙ୍କ ଗାଥା’ ରଖାଯାଇଛି | ଗତ ଗୁରୁବାର ସମାଧିପୀଠ ଠାରେ ଏହାର ଶୁଭାମହୁରତ ହୋଇଯାଇଛି | ଶେଖ ଗୁଲଜର ହୁସେନ ପ୍ରଯୋଜନା ଏବଂ ନିର୍ଦେଶନା ଦାୟିତ୍ୱରେ ଅଛନ୍ତି | କାହାଣୀ ରଚନା କରିଛନ୍ତି ତନୟା ଦାସ ଗୋସ୍ଵାମୀ |
ସେହିପରି ସହଯୋଗୀ ନିର୍ଦେଶକ ଭାବେ ହରିଶ ମହାନ୍ତି , ସ୍କ୍ରିପଟ ରାଇଟର ନିହାରିକା ମହାନ୍ତି , ଚିତ୍ର ଉତ୍ତୋଳନ ସୁରଜ ପଟ୍ଟନାୟକ ଏବଂ ସ୍ୱର ଦେଇଛନ୍ତି ଅନୁଜ ପଟ୍ଟନାୟକ | ଆସନ୍ତା ଡିସେମ୍ବର ୨୯ ତାରିଖ ଶିଶୁଅନନ୍ତଙ୍କ ଜୟନ୍ତୀ ଉତ୍ସବରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବ ବୋଲି ସ୍ମୁତି ସସଂଦର ସମ୍ପାଦିକା ତନୟା ଦାସ ଗୋସ୍ଵାମୀ କହିଛନ୍ତି |