ପାଠ ପଢିବା ପାଇଁ ଜଙ୍ଗଲକୁ ଯିବାକୁ ପଡେ

ଡିଜିଟାଲ ପାଠ ପଢ଼ାରେ ବାଧକ ସାଜିଛି ନେଟୱାର୍କ
ଜଙ୍ଗଲ ଭିତରେ ବାଜି ଲାଗିଛି କଅଁଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କୋଇଡା, (ଏସଏ ନ୍ୟୁଜ୍‌): କୋରାନ ମାହାମାରୀ ସମୟରେ ସରକାର ଡିଜିଟାଲ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ଗତ ମାର୍ଚ୍ଚ ମାସ ଶେଷ ଭାଗରୁ ବନ୍ଦ ରହିଥିବା ଯୋଗୁଁ ଅନଲାଇନ୍‌ ଜରିଆରେ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ରାଜ୍ୟରେ ଏମିତି ଅନେକ ଅଂଚଳ ରହିଛି , ଯେଉଁଠି ମୋବାଇଲ ସେବା ଓ ଇଂଟରନେଟ୍‌ ସେବା ଲୋକଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ୍ୟ । ଏପରି ଏକ ଦୃଶ୍ୟ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ପାଟମୁଣ୍ଡା ଓ ମାଲଦା ପଂଚାୟତର ଇନ୍ଦିପୁର, ଅରାଘାଟ, ସର୍ଗିଗଡ, ସଣୁଆଁ, ପାଟମୁଣ୍ଡା ,କାଲତା, ରକ୍ସି ପଂଚାୟତର ଅନେକ ଗାଁରେ ମୋବାଇଲ ନେଟୱର୍କ ନାହିଁ । ଗୋଟିଏ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଅଛି ଦିନେ ରହିଲେ ମାସେ ନାହିଁ । ସେଥିରେ ଗୋଟିଏ ଦିନ ବି ଫୋନ୍‌ ଲାଗେନାହିଁ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢା କେମିତି ଚାଲୁଥିବ ତାହା ସହଜେ ଅନୁମେୟ କରାଯାଇପାରେ । ଏହି ପଂଚାୟତ ଗୁଡିକରେ ଅଧିକାଂଶ ଲୋକେ ଆଦିବାସୀ ଶ୍ରେଣୀର । ବହୁ ଆଦିବାସୀ ଙ୍କ ପାଖରେ ସ୍ମାର୍ଟ ଫୋନ୍‌ ନାହିଁ । ତଥାପି ସେମାନେଙ୍କ ପିଲା ମାନେ ହାର ମାନିନାହାନ୍ତି । ପାଠ ପଢିବା ପାଇଁ ଢେର ଆଗ୍ରହୀ, ସେଥିପାଇଁ ତ କିଏ ପଡୋଶୀ ସାଙ୍ଗ ମାନଙ୍କ ସହିତ ମିଶି ଗୋଟିଏ ସ୍ଥାନରେ ପାଠ ପଢୁଥିବା ବେଳେ କାହାର ବାପା ମା ଦିନ ମଜୁରି କରି ମୋବାଇଲ ଫୋନ୍‌ ଦେବାପାଇଁ ବାଧ୍ୟ ହେଉଛନ୍ତି ।

କିନ୍ତୁ ପିଲାମାନେ ପାଠ ପଢିବା ପାଇଁ ଦୁଇ କିଲୋମିଟର ବଣ ଜଙ୍ଗଲକୁ ଯାଇ ପାହାଡ ଉପରେ ବସି ପାଠ ପଢିବା ପାଇଁ ଏବେ ବି ସଘଂର୍ଷ କରୁଛନ୍ତି । ଘରର ଜଣେ ଅଭିଭାବକ ସାଙ୍ଗରେ ଯାଇ ଜଗିବାକୁ ପଡୁଛି । ଏହି ଅଂଚଳ ଗୁଡିକ ବଣ ପାହାଡ ଘେରା ହୋଇଥିବାରୁ ମୋବାଇଲ ନେଟୱର୍କ ସହଜେ ପାଉନଥିବା ବେଳେ ପାଠ ପଢିବା ପାଇଁ ଜଙ୍ଗଲକୁ ଯାଉଥିବା ପିଲାମାନେ ସବୁ ସମୟରେ ଜଙ୍ଗଲ ଜୀବ ଜନ୍ତୁ ମାନଙ୍କ ପ୍ରତି ସବୁ ସମୟରେ ଭୟ ଥାଏ । ଯାହାଫଳରେ ଭବିଷ୍ୟତ ଗଢିବା ପାଇଁ ଜୀବନକୁ ବାଜି ଲଗାଇ ପାଠ ପଢିବା ପାଇଁ ଦୁଇ କିଲୋମିଟର ଜଙ୍ଗଲ କୁ ଯାଉଛିନ୍ତି କଅଁଳ ଛାତ୍ରଛାତ୍ରୀ । ଯଦି କୌଣସି ଦୈବଦୁର୍ଘଟଣା ଘଟେ ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ମାନେ । ଯଥା ଶିଘ୍ର ଏହି ଅଂଚଳରେ ଜିଓ ନେଟୱାର୍କ ସ୍ଥାପନ କଲେ ବିପଦଜନକ ଅବସ୍ଥାରେ ପାଠ ପଢୁଥିବା ପିଲା ମାନେ ଘରେ ରହି ଅନଲାଇନ୍‌ରେ ପାଠ ପଢିବୁ ବୋଲି ପ୍ରଶାସନକୁ ଗୁହାରି କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ।

Leave A Reply

Your email address will not be published.