ଦୁର୍ଘଟଣାରେ ପୀଡିତ ଧନେଶ୍ୱର ୪ ବର୍ଷ ଧରି ରୋଗ ଶଯ୍ୟାରେ ୨ ନାବାଳିକା ପାଠ ଛାଡ଼ି ସାଜିଲେ ଶିଶୁ ଶ୍ରମିକ

ଖଲ୍ଲିକୋଟ,(ଏସଏ ନ୍ୟୁଜ୍‌): ଚଳିତ ମାସ ୧୬ ତାରିଖ ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀ କୃଷ୍ଣ ସରଣପୁର ପଂଚାୟତର ଲଂହରା ଗ୍ରାମର ବିଧବା ଉମା ଦାସ ଦୁର୍ଘଟଣାରେ ମୃତୁ ପରେ ୪ ନାବାଳିକା ଝିଅ ଅନାଥ ହେବା ଘଟଣାଟା କ୍ଷତ ନ ସୁଖୁଣୁ ଠିକ ଏହି ପଂଚାୟତ ଲୋଂହରା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଥିବା ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାଇ ଗତ ୧୯୧୭ ମସିହା ମାର୍ଚ୍ଚ ମାସ ରେ ହରିହମୁଳ ଗ୍ରାମର ଜନୈକ ସିମେଂଟ ମିସ୍ତ୍ରୀ ଧନେଶ୍ୱର ମୁନି ନିଜ ଗ୍ରାମ ଗ୍ରାମରୁ ଭେଜିପୁଟ ଅଭିମୁଖେ ସାଇକେଲରେ ଯାଉଥିବା ବେଳେ କେଶପୁର ଛକ ନିକଟରେ ଯାତ୍ରୀବାହୀ କାର ଧନେଶ୍ୱରଙ୍କୁ ପଛପଟୁ ଶକ୍ତ ଧକାଦେବା ଫଳରେତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ସହ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଗଲା । ଦୀର୍ଘ ଦିନ ଧରି ଧନେଶ୍ୱର କୋମାରେ ରହିବା ପରେ ସିମେଂଟ ଜିନିଷ ନିର୍ମାଣ କରି ଧନେଶ୍ୱର ଯାହା ସଂଚୟ କରି ରଖିଥିଲେ ତାହା ଶେଷ ହେବା ସହ ଧାରକରଜ କରି ଲକ୍ଷାଧିକ ଟଙ୍କା ଚିକିତ୍ସା ପାଇଁ ଖର୍ଚ କରିଥିଲେ ମଧ୍ୟ ସେ ଆରୋଗ୍ୟ ହେବା ପରିବର୍ତେ ଦୀର୍ଘ ୪ ବର୍ଷ ଧରି ଘରେ ରୋଗ ଶଯ୍ୟାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗ ଶଯ୍ୟାରେ ପଡିରହିବା ଫଳରେ ପରିବାର ଚଳାଇବା ଅସମ୍ଭବ ହୋଇପଡିଲା । ଦୀର୍ଘ ଦିନ ଧରି ସ୍ତ୍ରୀ ଓ ୨ ଶିଶୁ ଭୋକ ଉପାସରେ ଜର୍ଜରିତ ହେବା ସହ ଘରର ଗୁଜୁରାଣ ମେଂଟାଇବା ପାଇଁ ସ୍ତ୍ରୀ ପ୍ରତିମା ମୁନି ନିଜକୁ ଶ୍ରମଜୀବୀ ସଜାଇ ସ୍ୱାମୀର ଔଷଧ ଖର୍ଚ୍ଚ ଓ ୨ ଶିଶୁଙ୍କ ପାଠପଢା ଓ ପେଟପାଟଣା ତୁଲାଇନପାରି ନୟାନ୍ତ ହୋଇପଡିଲେଣି । ଏପଟେ ରୋଗଗ୍ରସ୍ତ ସ୍ୱାମୀ ଅନ୍ୟପଟେ ଦାରିଦ୍ର୍ୟର କଷାଘାତରେ ମ୍ରିୟମାଣ ହୋଇପଡିଲେଣି । ତେବେ ଦୀର୍ଘ ୪ ବର୍ଷ ଧରି ଟଙ୍କାଟିଏ ମଧ୍ୟ କୌଣସି ସରକାରୀ ସାହାଯ୍ୟ ପାଇନାହାନ୍ତି ପୀଡିତ ଧନେଶ୍ୱର ମୁନିର ପରିବାର । ଯାହା ଫଳରେ ସ୍ତ୍ରୀ ପ୍ରତିମା ନିଜ ୨ ପିଲାଙ୍କ ପାଠପଢାରେ ଡୋରି ବାନ୍ଧି ଦେଇ ସେମାନଙ୍କୁ ଘରୋଇ ଶିଶୁ ଶ୍ରମିକ ଭାବେ ଛାଡ଼ିଦେବା ପାଇଁ ମନସ୍ଥ କଲେଣି ।

ଏଣେ ୭ ବର୍ଷର ପୁଅ ଓମ ମୁନି କାନ୍ଦି କାନ୍ଦି ବାବୁ ମତେ ପଢିବାକୁ ଦିଅ ବୋଲି ଗଣମାଧ୍ୟମ ଆଗରେ କହିବା ବେଳେ ମା ପ୍ରତିମା କୋହ ଓ ଲୁହ ଭିଜା ପଣତ କାନିରେ କୋମଳମତି ଶିଶୁଙ୍କ ମୁହଁକୁ ପୋଛି ଦେଇ ଭୋ ଭୋ କାନ୍ଦିବା ସହ ସରକାର ଆମକୁ ଦୁନିଆରେ ବଂଚିବାକୁ ଦିଅ ବୋଲି ବାଷ୍ପରୁଦ୍ଧ କଣ୍ଠରେ କାକୁତିମିନତି ହେଉଥିବା ଦେଖିବାକୁ ମିଳୁଛି । ହରିଡାମୁଳର କିଛି ବଦାନ୍ୟ ବ୍ୟକ୍ତି ମୁକ ହୋଇ ପଡିରହିଥିବା ଧନେଶ୍ୱରଙ୍କ ପରିବାରକୁ ଅଳ୍ପକିଛି ସାହାଯ୍ୟ ଦେଇ ବଂଚାଇଥିବା ବେଳେ ସ୍ତ୍ରୀ ପ୍ରତିମାଙ୍କ ଧୈର୍ଯ୍ୟର ବନ୍ଧ ଦିନକୁଦିନ ଭୁଶୁଡିବାରେ ଲାଗିଛି ।

ରୋଗଗ୍ରସ୍ତ ସ୍ୱାମୀଙ୍କ ଚିନ୍ତାରେ ଅହରହ ଗୁମୁରୀଗୁମୁରି କାନ୍ଦିବା ସହ ସମାଧାନର କୌଣସି ରାହା ଖୋଜି ପାଉନାହିଁ । ତେବେ ସ୍ୱାମୀଙ୍କ ଦୁର୍ଘଟଣାରେ ଆହତ କରିଥିବା କାର ଚାଳକଙ୍କୁ ଗିରଫ କରିବା ପାଇଁ ବହୁବାର ପୋଲିସ ଆଗରେ ଫେରାଦ ହୋଇଥିଲେ ମଧ୍ୟ ତାକୁ କୌଣସି ସୁଫଳ ମିଳିପାରିନାହିଁ । ସହାୟତାର ରାହା ଖୋଜୁଥିବା ୨ଟି କୋମଳମତି ଶିଶୁଙ୍କ ପାଠପଢା ପାଇଁ ଦାରିଦ୍ର୍ୟ ଓ ରୋଗଗ୍ରସ୍ତ ବାପା ବାଧକ ସାଜିଥିବା ବେଳେ ଏମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଗ୍ରାମବାସୀଙ୍କ ତରଫରୁ ଗଂଜାମ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.