ଭୁବନେଶ୍ୱର୧୯/୧୧: ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଲକ୍ଷ୍ୟ କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦୁର୍ଘଟଣା ବଢୁଥିଲେ ବି ଲୋକମାନେ ହେଲମେଟ୍ ପିନ୍ଧିବାକୁ ହେୟ ଜ୍ଞାନ କରୁଛନ୍ତି। ସର୍ଭେ ଅନୁସାରେ ଏକ ତଥ୍ୟ ସାମ୍ନାକୁ ଆସିଛି। ଗତ ୨୦୧୯ ମସିହାରେ ବାଇକ ଦୁର୍ଘଟଣା ବହୁ ମାତ୍ରାରେ ହୋଇଛି। ସେମାନଙ୍କୁ ମଧ୍ୟରୁ କିଛି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କୁ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧି ନଥିଲେ। ଏହାକୁ ଲକ୍ଷ୍ୟ କରି ସରକାର ହେଲମେଟ ନିୟମ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏହି ସବୁ ଦିଗକୁ ଲକ୍ଷ୍ୟ କରି ହେଲମେଟ୍ ନିୟମକୁ କଡାକଡି ପାଳନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ହେଲମେଟ୍ ନପିନ୍ଧିଲେ ବାତିଲ ହେବ ଲାଇସେନ୍ସ । ଏ ନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରମୁଖ ସଚିବ ମଧୁସୂଦନ ପାଢୀ। ଏହି ନିୟମ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, ତାହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। MV ଆକ୍ଟ ଅନୁଯାୟୀ ନିୟମ ଭାଙ୍ଗିଲେ ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ବାତିଲ କରାଯିବ।