ବନ୍ଧା ହେଲା ବହୁରୂପୀ କାହ୍ନୁ: କେତେବେଳେ ଅଫିସର ତ ପୁଣି କେତେବେଳେ ନିଜକୁ ନେତା-ମନ୍ତ୍ରୀଙ୍କ ପାଖ ଲୋକ କହି ଲୋକଙ୍କୁ ଠକୁଥିଲା

ଟାଙ୍ଗୀ,(ଏସ୍‌ଏନ୍ୟୁଜ): ନୟାଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା କାହ୍ନୁକୁ ଗିରଫ କରିଛି ପୋଲିସ୍। ବିଭିନ୍ନ ଠକେଇ ଅଭିଯୋଗରେ ଚାନ୍ଦପୁର ପୋଲିସ୍ ତାଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଟାଙ୍ଗୀ ଗ୍ରାମର କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଦୀର୍ଘ ବର୍ଷ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା, ଚାନ୍ଦପୁର ଥାନା ଏବଂ ଟାଙ୍ଗି ଥାନା ଅଞ୍ଚଳରେ ନିଜର କାୟା ବିସ୍ତାର କରି ଚାଲିଥିଲା। ଦୀର୍ଘ ୪ ମାସ ହେବ କାହ୍ନୁକୁ ଧରିବାକୁ ପୋଲିସ୍ ଜାଲ ବିଛାଇଥିଲା। ଶେଷରେ କଟକରୁ ତାକୁ ଗିରଫ କରାଯାଇଛି। ଗିରଫ ବେଳେ ତାଠୁ ବିଭିନ୍ନ ପ୍ରକାର ନକଲି ପରିଚୟ ପତ୍ର, ଏକାଧିକ ବ୍ୟାଙ୍କ ପାସ୍‌ବୁକ ବହି ଏବଂ ୨ଟି ଦାମି କାର ଜବତ କରି ପୋଲିସ୍। ଲୋକଙ୍କଠୁ ଠକି ନେଇଥିବା ଟଙ୍କାକୁ ସେ ବିଭିନ୍ନ ସ୍ଥାନରେ ଇନ୍‌ଭେଷ୍ଟ କରିଥିଲେ। ସେହି ସବୁ ସ୍ଥାନରେ ପୋଲିସ୍ ଚଢ଼ାଉ କରିବା ସହ ଜବତ ନଗଦ ୫ ଲକ୍ଷ ଟଙ୍କା ଆଦାଲତରେ ଦାଖଲ କରିଛି। ଲୋକଙ୍କୁ ଠକି ଆସୁଥିବା କାହ୍ନୁକୁ କଟକରୁ ପୋଲିସ୍ ଗିରଫ କରିଛି। ଏ ଘଟଣା ସଂପର୍କରେ ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.