କରୋନାରେ ଚାଲିଗଲେ କରୋନା ଯୋଦ୍ଧା

ଭଞ୍ଜନଗର,(ଏସ୍‌ଏନ୍ୟୁଜ):: କରୋନାରେ ଚାଲିଗଲେ କରୋନା ଯୋଦ୍ଧା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଶିଶିର କୁମାର ସାବତଙ୍କ ମର ଶରୀର ଆଜି ସନ୍ଧ୍ୟା ବେଳେ ଭଞ୍ଜନଗର ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି। ଗତ ଚାରି ଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ। ଗତକାଲି ଅପରାହ୍ନ ୪ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ତାଙ୍କର ଏକ ମାତ୍ର ପୁଅ ଆଜି ବେଙ୍ଗଲୋରରୁ ଆସିବା ପରେ ଆଜି ଭଞ୍ଜନଗର ଉପଜିଲ୍ଳାପାଳ ଏବଂ ସମସ୍ତ ପୋଲିସ କର୍ମଚାରୀ ଏବଂ ଗଞ୍ଜାମ ସିଡିଏମ୍‌ଓ ଉପସ୍ଥିତ ରହି ଡାକ୍ତରଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ଦେଇ ଗାର୍ଡ ଅଫ ଅନର ଦିଆଗଲା।

Leave A Reply

Your email address will not be published.