‘ପୁରୀ ସମଗ୍ର ବିଶ୍ୱର କେନ୍ଦ୍ର ବିନ୍ଦୁ’: ବିବାଦୀୟ ବୟାନ ପରେ ମୁହଁ ଖୋଲିଲେ ସମ୍ବିତ ପାତ୍ର

ଭୁବନେଶ୍ବର,(ଏସ୍‌ଏନ୍ୟୁଜ): ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀଙ୍କ ବିବାଦୀୟ ବୟାନ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମୁହଁ ଖୋଲିଛନ୍ତି। ଏ ସଂପର୍କରେ ସୋସିଆଲ ମିଡିଆରେ ସମ୍ବିତ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପୁରୀ ସମଗ୍ର ବିଶ୍ବର କେନ୍ଦ୍ର ବିନ୍ଦୁ। ପୁରୀ ଭଳି ପବିତ୍ର ସ୍ଥାନ ପାଇଁ ଓଡିଶା ସମଗ୍ର ବିଶ୍ବରେ ପରିଚିତ। ଗତ ସାଧାରଣ ନିର୍ବାଚନରେ, ସେ ପୁରୀରୁ ନିର୍ବାଚନ ଲଢ଼ୁଥିଲେ। ସେଥିପାଇଁ ସମସ୍ତେ ସମ୍ବିତ ପାତ୍ରଙ୍କୁ ଚିହ୍ନ ପାରିଲେ। ଜଗନ୍ନାଥ ଧାମ ପୁରୀ ପାଇଁ ଓଡିଶା ପରିଚିତ। ପୁରୀ ଧାମ ସମଗ୍ର ଭାରତ ଏବଂ ଓଡିଶାର ଗର୍ବ । କରୋନାର SOP ଅନୁସରଣ କରି ଭକ୍ତମାନଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦ୍ୱାର ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସମ୍ବିତ। ଶୁଣନ୍ତୁ ସମ୍ବିତ କଣ କହୁଛନ୍ତି…

ବିଜେପି  ପୁରୀ ସଂପର୍କୀତ ବୟାନ ଦେଇ ବିବାଦୀୟ ହୋଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ବିବାଦ ଥମୁନି। ସେ କହିଥିଲେ, ସମ୍ବିତ ପାତ୍ରଙ୍କ ଯୋଗୁଁ ପୁରୀକୁ ସମସ୍ତେ ଜାଣିଲେ। ଏହି କଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଖେଳି ଯାଇଥିଲା। ବିଜେଡି ଏବଂ କଂଗ୍ରେସ ଉଭୟ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଉପରେ ବର୍ଷିଥିଲେ। ଏପରି କି ପୁରୀ ସେବାୟତମାନେ ବିଜେପି ନେତ୍ରୀଙ୍କ ଏଭଳି କଥାକୁ ପ୍ରତିବାଦ କରିଥିଲେ।

Leave A Reply

Your email address will not be published.