ଅମାନବୀୟ

ଚେନ୍ନାଇରୁ ମୃତଶରୀର ପହଂଚିବା ପରେ ସ୍ଥାନୀୟ ଲୋକଙ୍କ ବିରୋଧ

ଅମର୍ଦ୍ଦାରୋଡ, (ଏସଏନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଲଙ୍ଗଳେଶ୍ୱର ଠାରେ ସୁଦୁର ଚେନ୍ନାଇରୁ ଏକ ମୃତ ଦେହ ପହଂଚିବା ପରେ ସ୍ଥାନୀୟଲୋକଙ୍କ ବିରୋଧର ଶିକାର । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଶବକୁ ପୋତିବାର ନିଷ୍ପତିି ନେଲେ ପରିବାରବର୍ଗ ।

ସୂଚନା ଅନୁସାରେ ଲଙ୍ଗଳେଶ୍ୱର ଗ୍ରାମର ଝାଡେଶ୍ୱର ମୁର୍ମୁ ( ୨୫) ଦୀର୍ଘ ଦିନ ଧରି ଚେନ୍ନାଇ ରେ ରହି କାମକରି ଆସୁଥିଲେ । ଗତ ଶୁକ୍ରବାର ଦିନ ହଠାତ୍‌ ଝାଡେଶ୍ୱରର ମୃତ ଖବର ଫୋନରେ ପାଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ତେବେ ସେଠାରେ କାମ କରୁଥିବା ଜଣେ ଠିକାଦାର ଆକସ୍ମିକ ମୃତ୍ୟୁର ଖବର ଦେଇଥିବା ବେଳେ ତାକୁ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦିଆଯାଇଥିବା କହିଥିଲେ । ତେବେ ଗତକାଲି ରାତିରେ ଶବ ଗାଁରେ ପହଂଚିିବା ପରେ ଗ୍ରାମବାସୀ ଶବକୁ ଛୁଇଁ ନଥିଲେ , କିମ୍ବା ପରିବାରକୁ ଛୁଇଁବାକୁ ଦେଇନଥିଲେ । ସ୍ଥାନୀୟ ନେତୃତ୍ୱ ମଣ୍ଡଳୀ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ତୁରନ୍ତ ଏହାର ପ୍ରତିକାର ସହ ଅଂଚଳ ସାନିଟାଇଜ କରିବାକୁ ଦାବିକରି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ସିଂଲା ପୋଲିସ ପହଂଚି ଆଲୋଚନା ପରେ ଶବକୁ ପୋତିଦେବାର ନିଷ୍ପତି ି ନିଆଯାଇଥିଲା । ତେବେ ପୁଅକୁ ସେଠାରେ ମାରି ଦେଇଛନ୍ତି ବୋଲି ପରିବାର ବର୍ଗ ଏକ ଲିଖିତ ଅଭିଯୋଗ ସିଙ୍ଗଲା ଥାନାରେ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.