ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ଅନୁଗୋଳ, (ଏସଏ ନ୍ୟୁଜ୍‌): ଅନୁଗୋଳ ସହର ନିକଟସ୍ଥ କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଛି । କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ପରିବାର ଲୋକେ ଦେଖିଥିଲେ । ଶ୍ରୀ ରାଉତ ଏହି ଭିନ୍ନ ପ୍ରକାରର ପକ୍ଷୀଟିକୁ ଉଦ୍ଧାର କରିବାର ମନବୃତି ରଖି ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହାରାଙ୍କୁ ଏ ବିଷୟରେ ଜଣାଇଥିଲେ । ଖବର ପାଇ ଆଦିତ୍ୟ ଏବଂ ସହଯୋଗୀ ସଞ୍ଜୟ ବେହେରା ସହିତ ଘଟଣାସ୍ଥଳରେ ପହଂଚିଥିଲେ । ପକ୍ଷୀଟି ଏକ ଇଗଲ ପ୍ରଜାତିର ଏବଂ ଏହାର ନାମ “କ୍ରେଷ୍ଟେଡ୍‌ ସରପେଂଟ ଇଗଲ’ବୋଲି ଚିହ୍ନଟ କରିଥିଲେ । ସବୁ ଇଗଲ ପକ୍ଷୀ ପ୍ରାୟତଃ ଶିକାରୀ ହୋଇଥିବା ବେଳେ ଏହି “କ୍ରେଷ୍ଟେଡ୍‌ ସରପେଂଟ ଇଗଲ’ ମୁଖ୍ୟତଃ ସବୁପ୍ରକାରର ସରୀସୃପ ସହ ସାପମାନଙ୍କୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଥାଏ । “ଇଂଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର’ ଏହି ପ୍ରଜାତିର ଇଗଲକୁ ଏକ ଅତି ସଙ୍କଟାପନ୍ନ ବିପଦଗ୍ରସ୍ତ ପକ୍ଷୀ ଭାବରେ ଘୋଷଣା କରିଅଛି । ସର୍ପମିତ୍ର ଅତି ସତର୍କତାର ସହ ଏହି ବିରଳ ଇଗଲକୁ ଉଦ୍ଧାର କରିଥିଲେ ଏବଂ ପରବର୍ତି ସମୟରେ ଅନୁଗୋଳ ବନାଂଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଟିକୁ ସୁରକ୍ଷିତ ଭାବରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଥିଲେ

Leave A Reply

Your email address will not be published.