ଡକାୟତି ମାମଲାରେ ଖୋର୍ଦ୍ଧା ଟାଉନ୍‌ ଥାନା ପୋଲିସ ୫ ଜଣଙ୍କୁ ଗିରଫ କଲା

ଖୋର୍ଦ୍ଧା,(ଏସ୍‌ଏନ୍ୟୁଜ):ଏକ ଡକାୟତି ମାମଲାରେ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଗତକାଲି ରାତିରେ ମୁକୁନ୍ଦପ୍ରସାଦ ନିକଟରେ ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏଥିରେ ଜଟଣୀ ଛତାବର ନିକଟସ୍ଥ ଅରିଚଲର ଶ୍ରୀକାନ୍ତ ରାଉତରାୟ (୨୫), ଜଟଣୀ ସହରର ଲିଟୁ ସ୍ୱାଇଁ (୨୧), ଅନନ୍ତ ଦାସ (୨୧), ମୁକୁନ୍ଦପ୍ରସାଦର ଦୀପକ କୁମାର ନାୟକ (୩୧), ଫାରୁକ୍‌ ଖାଁ (୨୯) ଓ ମହମ୍ମଦ ସରିଫ୍‌ ଖାଁ (୨୮)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଛିନ୍‌ତାଇ, ଡକାୟତ ଭଳି ଅନେକ ମାମଲା ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୯୯, ୪୦୨, ୨୫ ବେଆଇନ ଅସ୍ତ୍ରଶସ୍ତ୍ର ଦଫାରେ ୩୯୪/୨୦୨୦ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.