ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କରେ ସରକାର ନୀରବ

ହାଇକୋର୍ଟରେ ପୁଣି ଏକ ମାମଲା

କଟକ,(ଏସଏ ନ୍ୟୁଜ):
ଓଡିଶା ହାଇକୋର୍ଟ ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ମନ୍ଦିର ଓ ଧର୍ମାନୁଷ୍ଠାନକୁ ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି ।ଏହି ଆଦେଶର ୧୪ ଦିନ ବିତି ଯାଇଥିଲେ ବି ସରକାର ଏ ନେଇ କୌଣସି ସ୍ପଷ୍ଟ ନିଷ୍ପତିି ନେଉନଥିବା ଅଭିଯୋଗ କରି କଟକ ବାସିନ୍ଦା ଜୟନ୍ତ ବଳ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏହି ମାମଲା ରୁଜୁ କରିଛନ୍ତି । ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର ଖୋଲିବା ନେଇ ଆବେଦନକାରୀ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ମନ୍ଦିର ଖୋଲିବା ନିଷ୍ପତିି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ । କରୋନା ଭଳି ପରିସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରକୁ ଭକ୍ତମାନଙ୍କୁ ଛାଡିବା ନିଷ୍ପତିି ରାଜ୍ୟ ସରକାର ନେବା ଉଚିତ । କେନ୍ଦ୍ର ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ଲାଗି ଅନୁମତି ପ୍ରଦାନ କରିଛନ୍ତି । କେତେକ ରାଜ୍ୟ ସରକାର ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଲାଗି ଧର୍ମାନୁଷ୍ଠାନମାନ ଖୋଲିଛନ୍ତି । ମାତ୍ର ଓଡିଶାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱ ଓଡିଶା ସରକାର ଏ ସଂକ୍ରାନ୍ତରେ କୌଣସି ନିଷ୍ପତିି ଗ୍ରହଣ କରୁନାହାନ୍ତି । ହାଇକୋର୍ଟ ଧର୍ମାନୁଷ୍ଠାନ ଖୋଲିବା ମାମଲାରେ ରାଜ୍ୟ ସରକାରଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ନିଷ୍ପତି ନେବାକୁ କୌଣସି ନିର୍ଦ୍ଦେଶ ଦେଇନଥିବାରୁ ସରକାର ନିଷ୍ପତିି ନେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ସରକାରଙ୍କ ଲାଗି ଏକ ସମୟ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.