ପଞ୍ଚମ ରାଉଣ୍ଡ ଗଣତି ଶେଷ: ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ

ବାଲେଶ୍ୱର, ତିର୍ତ୍ତୋଲ,(ଏସ୍‌ଏନ୍ୟୁଜ): ସରିଛି ପଞ୍ଚମ ରାଉଣ୍ଡ ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ପଞ୍ଚମ ରାଉଣ୍ଡ ଭୋଟ ଗଣତି ସରିଛି । ୫ମ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 18397, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ 2247, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା 11997 ଭୋଟ ପାଇଛନ୍ତି । ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି ।

ବାଲେଶ୍ୱରରେ ୪ର୍ଥ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୪୪୮୦, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୧୧୮୦୯ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୪୬୬ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୧୨୭ ଭୋଟ ପାଇଛନ୍ତି ।

Leave A Reply

Your email address will not be published.