ଡିଏସପିସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର,: ରାଜ୍ୟରେ ବରିଷ୍ଠ ପୁଲିସ ଅଧିକାରୀ ବା ଡିଏସପିସ୍ତରରେ ଏକ ବଡଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୬ଜଣ ଡିଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ବିପିଏସପିରେ ଟ୍ରେନିଂ ଶେଷ କରିବା ପରେ ସଞ୍ଜୟ କୁମାର ମହାନ୍ତିଙ୍କୁ ନବରଙ୍ଗପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଟ୍ରେନିଂ ସରିବା ପରେ ବିମଳକାନ୍ତ ନାୟକଙ୍କୁ ବ୍ରହ୍ମପୁର, ଆଦିତ୍ୟ ସେନଙ୍କୁ ପାପଡହାଣ୍ଡି ଏସଡିପିଓ, ଆକାଶ ଚନ୍ଦ୍ର ସାହୁଙ୍କୁ ରାୟଗଡା ବିଷମକଟକ ଏସଡିପିଓ, ଦୀପକ କୁମାର ଗୋଛାୟତଙ୍କୁ ବରଗଡ ଏସଡିପିଓ, ଇନ୍ଦୁରେଖା ପଶ୍ମିମକବାଟଙ୍କୁ କେନ୍ଦୁଝର ଡିଆଇବି, ସୌରଭ ଓତାଙ୍କୁ ଏସ୍‌ଡିପିଓ ବଣାଇ, ଶଶାଙ୍କ ଶେଖର ବେଉରାଙ୍କୁ ଏସଡିପିଓ ବଡଗାଁ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ରାଉରକେଲା ପିସିଆର ସେଲ ଡିଏସପି ଥିବା ସନ୍ତନୂତନ ସମ୍ପଦଙ୍କୁ ପାନପୋଷ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି ।
ପାନପୋଷ ଏସ୍‌ଡିପିଓ ଅସୀମ କୁମାର ପଣ୍ଡାଙ୍କୁ ରାଉରକେଲା ପିସିଆରସେଲକୁ ବଦଳି କରାଯାଇଛି । କଟକ ସ୍ପେଶାଲବ୍ରାଚ ଡିଏସପି ଗୋପାଳ କୃଷ୍ଣ ବେହେରାଙ୍କୁ ଓଡ଼ିଶା ବିଧାନସଭା ସିକ୍ୟୁରିଟି ଅଫିସର ଭାବେ ବଦଳି କରାଯାଇଛି । ବ୍ରହ୍ମପୁରରେ ଥିବା ସାର୍ଥକ ରାୟଙ୍କୁ ଭଦ୍ରକ ସଦର ଏସ୍‌ଡିପିଓ, କ୍ରାଇମବ୍ରାଂଚ ଡିଏସପି ରିତେଶ ମହାପାତ୍ରଙ୍କୁ ନୀଳଗିରି ଏସଡିପିଓ, ଅନୁଗୁଳରେ କାର୍ଯ୍ୟରତ ଦୀଲ୍ଲିପ ନାୟକଙ୍କୁ ଆର. ଉଦୟଗିରି ଏସଡିପିଓ, ଭଦ୍ରକ ସଦର ଏସଡିପିଓ ସୁନୀଲ ନନ୍ଦଙ୍କୁ ପିସିଆର ସେଲ ଭଦ୍ରକ, ନୀଳଗିରି ଏସଡିପିଓ ଅମୂଲ୍ୟ ଧରଙ୍କୁ ବାଲେଶ୍ୱର, ବରଗଡ ଏସଡିପିଓ ସୁଧାକର ସାହୁଙ୍କୁ ଆୟୁସିଏଡବ୍ଲ୍ୟୁ ବରଗଡ, ବଡଗାଁ ଏସଡିପିଓ ବିଜୟ ନନ୍ଦଙ୍କୁ ଅନୁଗୁଳ, କେନ୍ଦୁଝର ଡିଆଇବି ଡିଏସପିଙ୍କୁ ସୁନ୍ଦରଗଡ଼, ଭଦ୍ରକ ମୁଖ୍ୟାଳୟରେ ଥିବା ଅଶୋକ ଦାସଙ୍କୁ ଏସଡିପିଓ ଧାମନଗର, କୋରାପୁଟ ନନ୍ଦପୁର ଏସଡିପିଓ ଧିରେନ୍ଦ୍ର ସ୍ୱାଇଁଙ୍କୁ ବୌଦ୍ଧ, ଖୋର୍ଦ୍ଧାରେ କାର୍ଯ୍ୟରତ ଅନୁପ କାନୁନଗୋଙ୍କୁ ପିସିଆର ସେଲ ବାଲେଶ୍ୱର, ବାଲେଶ୍ୱର ସହଦେବଖୁଂଟା ଡିଏସପି ମନୋଜ ରାଉତଙ୍କୁ କ୍ରାଇମବ୍ରାଂଚ ଏସଟଏଫକୁ ବଦଳି କରାଯାଇଛି । ଏଥିସହିତ କମିଶନରେଟ ପୁଲିସ ମୁଖ୍ୟାଳୟରେ ଥିବା ସତ୍ୟଜିତ ମିଶ୍ରଙ୍କୁ ସୋନପୁର ଓ ଏସିପି ରବିନ୍ଦ୍ରନାଥ ସତପଥିଙ୍କୁ ଅନୁଗୁଳକୁ ବଦଳି କରାଯାଇଛି ।

Leave A Reply

Your email address will not be published.