କମିସନରେଟ ପୋଲିସର ଚଢ଼ଉ:ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଅଟକ

କଟକ,(ଏସ୍‌ଏନ୍ୟୁଜ): କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖିଛି ପୁଲିସ।  ଜଗତପୁର ଅଞ୍ଚଳର ପଦ୍ମପୁର, ମହାଜନପୁର ଓ ତ୍ରିଲୋଚନପୁରରେ କମିସନରେଟ ପୁଲିସର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଏସିପି, ଜଗତପୁର ଆଇଆଇସିଙ୍କ ସମେତ ବହୁତ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି।

Leave A Reply

Your email address will not be published.