ଭୁବନେଶ୍ୱର: ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନଧରି ବାଥରୁମ୍‌ରେ ବନ୍ଦୀ ରଖି ଥିଲେ ପୁଅ-ବୋହୂ, ଝିଅ ଖୋଲି ଦେଲା ଅସଲ ମୁଖା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ସମ୍ପତ୍ତି ଲୋଭରେ ଏତେ ନିଷ୍ଠୁର ହୋଇପାରେ ରକ୍ତର ସଂପର୍କ। ଭୋକ-ଉପାସରେ ରହି ପିଲାମାନଙ୍କୁ ବଡ କରିବା ପରେ ପରିଣତ ବୟସରେ ବାପାଙ୍କ ପ୍ରତି ପୁଅର ନିର୍ଯାତନା ଅସହ୍ୟ ହୋଇପଡିଛି। ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନ ଧରି ବାଥରୁମ୍‌ରେ ବନ୍ଦ କରି ରଖିଥିଲା ପୁଅ।ପୁଣି ତା ସାଙ୍ଗକୁ ମାଡ ଗାଳି ଦେଉଥିଲେ ପୁଅ-ବୋହୂ।

କ୍ରାଇମ କୁଇନ ନସରିନ

ଏମିତି ଲଜ୍ଜାଜନକ ଘଟଣା କୌଣସି ଗ୍ରାମାଞ୍ଚଳରେ ନୁହେଁ ଖୋଦ୍ ରାଜଧାନରେ ଦେଖିବାକୁ ମିଳିଛି। ଭୁବନେଶ୍ବର ପଳାଶୁଣିରେ  ନବଘନ ସେଠୀଙ୍କୁ  ତାଙ୍କ ପୁଅ- ବୋହୂ ଏପରି ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ, ମାଡ଼ ମାରିବା ସହ  ବୃଦ୍ଧଙ୍କୁ ଲଣ୍ଡା ମଧ୍ୟ କରି ଦେଇଥିଲେ।୮ ଦିନ କାଳ ବାପାଙ୍କୁ ଖାଇବା-ପିଇବାକୁ ନ ନେଇ ବାଥରୁମ୍‌ରେ ବନ୍ଦ କରିବା ରଖିବା ଘଟଣାକୁ ପଡୋଶୀ ଜାଣି ପାରିଥିଲେ।ଏ  ସଂପର୍କରେ ବୃଦ୍ଧଙ୍କ ଝିଅଙ୍କୁ ଖବର ଦେଇଥିଲେ।  

ମିଳିଥିବା ସୂଚନା ଅନୁସାରେ  ନବ ଘନଙ୍କ ନାମରେ ଥିବା ଏକ ଘରକୁ ପୁଅ – ବୋହୁଙ୍କ ନାମରେ କରାଇ ଦେବାକୁ ଚାପ ପକାଇଥିଲେ ପୁଅ-ବୋହୂ । ବୃଦ୍ଧ ଜଣକ ରାଜି ନହେବାରୁ ତାଙ୍କୁ ଏପରି ନିର୍ଯ୍ୟାତନା ଦେଇଛନ୍ତି ପୁଅ – ବୋହୁ । ବୃଦ୍ଧଙ୍କ ଝିଅ ପୋଲିସ୍ ଧରି ବାପାଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣାରେ ପୋଲିସ୍ ବର୍ତ୍ତମାନ ତଦନ୍ତ କରୁଛି।  

Leave A Reply

Your email address will not be published.