ଭୁବନେଶ୍ବର,(ଏସ୍ଏନ୍ୟୁଜ): କରୋନା ଯୁଦ୍ଧରେ ହାରିଗଲେ ଓଡିଶାର ଯୁବ ସାମ୍ବାଦିକ । କରୋନା ସହ ଲଢେଇ କରି ଶେଷରେ ଜୀବନ ହାରିଲେ ଆଉ ଜଣେ ସାମ୍ବାଦିକ । ଘରୋଇ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍ ୧୮ ଓଡିଆର ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିଲେ ପ୍ରବୀର ପ୍ରଧାନ । ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା