ଗୁଳିମାଡ ପରେ ଭୁଜାଲିରେ ହାଣି ହତ୍ୟା

ଅନୁଗୋଳ ,(ଏସ୍‌ଏନ୍ୟୁଜ):  ଅନୁଗୋଳ ମୂଷାପାପୁଲି ଗାଁ ନିକଟରେ ଗୁଳିମାଡ଼ ହୋଇଛି। ଏଥିରେ ଜଣ ଆହତ ହୋଇଛନ୍ତି । ଏହାସହ ଗୁଳିମାଡ ପରେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ଜଣକୁ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ।

ସୂଚନା ଅନୁସାରେ, ରନ୍ତଲେଇ ଗାଁର ଦୁଇ ଭାଇ ଦୁଷ୍ମନ୍ତ ସେନାପତି ଏବଂ ଦୁଃଶାସନ ସେନାପତି ଛିଡା ହୋଇଥିବା ବେଳେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ ହୋଇଥିଲା । ଦୁଷ୍ମନ୍ତଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ହତ୍ୟା କରିଥିଲେ। । ଦୁଃଶାସନ ମଧ୍ୟ ଗୁରୁତର ହୋଇଛନ୍ତି।ଘରୋଇ କଳି ଏବଂ ଜାଗାବାଡି ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁଷ୍ମନ୍ତ ଓ ଦୁଃଶାସନର ଦାଦା ପୁଅ ଭାଇ ହିଁ  ଭୁଜାଲିରେ ହାଣିବା ସହ ଗୁଳିମାଡ କରିଥିବା କୁହାଯାଉଛି। ଆକ୍ରମଣ ପରେ ସେ ଫେରାର ହୋଇଯାଇଛି। ଅନଗୁଳ ପୋଲିସ ଏବେ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରିଛି । ତେବେ ଆକ୍ରମଣକାରୀର ପରିଚୟ ଅସ୍ପଷ୍ଟ ରହିଛି । କିନ୍ତୁ ମେଡିକାଲରେ ଥିବା ଦୁଃଶାସନ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.