ଜାଲରେ ଲାଗିଲା ରକେଟ

ସୋର ,(ଏସ୍‌ଏନ୍ୟୁଜ): ଜାଲରେ ଲାଗିଲା ରକେଟ୍ । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ରକେଟ୍ ଟି ଜାଲରେ ଲାଗିଯାଇଥିଲା ।ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତର ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ରକେଟ୍ ଲାଗିଥିଲା । ମତ୍ସ୍ୟଜୀବୀମାନେ ପ୍ରଥମେ ଆତଙ୍କିତ ହୋଇ ପଡିଥିଲେ । ପରେ ଏହାକୁ ଉଦ୍ଧାର କରି ବୋଟ୍ ସାହାଯ୍ୟରେ ସମୁଦ୍ର କୂଳକୁ ଆଣିଥିଲେ ।

ବୁଧବାର ଦିନ ଚାନ୍ଦିପୁର ପ୍ରତିରକ୍ଷା ବିଭାଗରୁ ମଲ୍ଟି ବେରେଲ ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ କରାଯାଇଥିଲା । ଏକାଧିକ କ୍ରମେ ରକେଟ୍ ଲଞ୍ଚରୁ ୪୮ ସେକେଣ୍ଡରେ ୬ଟି ରକେଟ୍ ନିକ୍ଷେପ କରାଯାଇଥିଲା । ‘ପିନାକ’ ସର୍ବାଧିକ ଦୂରତା ଅତିକ୍ରମ କରିଥିଲା । ତେବେ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ରକେଟଟି ବୁଧବାର ପରୀକ୍ଷଣ ହୋଇଥିବା ରକେଟର ଅଂଶ ବିଶେଷ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.