ସବର୍ଣ୍ଣ – ଅସବର୍ଣ୍ଣ ସଂଘର୍ଷ ,୨ ଅଟକ

ପୋଲିସ – ପ୍ରଶାସନିକ ଅଧିକାରୀଙ୍କ ଅନୁଧ୍ୟାନ

ଦିଗପହଣ୍ଡି,(ଏସ୍‌ଏନ୍ୟୁଜ): ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମ ନନ୍ଦ କିଶୋର ଗୋ- ଶାଳା ଅନୁଷ୍ଠାନର ଖାତା ନଂ.୧୨୭୦ ରେ ଥିବା ଜମି ଦଖଲକୁ କେନ୍ଦ୍ରକରି ଗୁରୁବାର ଅପରାହ୍ନ ରେ ସବର୍ଣ୍ଣ – ଅସବର୍ଣ୍ଣଙ୍କ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର ୧୨ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିଲେ । ଆହାତ ମାନଙ୍କୁ ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଇଥିଲା । ଉଭୟପକ୍ଷଙ୍କ ଏତଲାକୁ ଆଧାରକରି ପୋଲିସ (ମାମଲା ନଂ.୧୭୮/୨୦ ଏବଂ ୧୭୯/୨୦) ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଉଭୟ ମାମଲା ରେ ପୋଲିସ ୧୨ ଜଣଙ୍କୁ ଥାନାରେ ଅଟକରଖି ତଦନ୍ତ ଚଳାଇଛନ୍ତି ।ଶୁକ୍ରବାର ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଅଦ୍ୱେତ କୁମାର ସ୍ୱାଇଁ, ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ସରପଂଚ ପିତାମ୍ବର ଗୌଡ, ରାଜସ୍ୱ ନୀରିକ୍ଷକଙ୍କ ସମେତ ପୋଲିସ କର୍ମଚାରୀ ବୃନ୍ଦ ଭିଷ୍ମଗିରି ଗାଁ ରେ ଉଭୟ ଗୋଷ୍ଠୀ ର ମୁଖିଆମାନଙ୍କୁ ଡକାଇ ଗାଁରେ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ସରପଂଚ ପିତାମ୍ବର ଗୌଡ ଏବଂ ଉଭୟ ଗୋଷ୍ଠୀରମୁଖିଆମାନଙ୍କ ଉପସ୍ଥିତିରେ ଆପୋଷ ସମାଧାନ ପାଇଁ ନିଷ୍ପତି କରାଯାଇଛି । ବିବାଦର ସମାଧାନ ସମ୍ପର୍କିତ ଲିଖିତ ସ୍ୱିକାରୋକ୍ତି ପତ୍ର ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସରପଂଚ ଜଣାଇଛନ୍ତି । ପୋଲିସ ପକ୍ଷରୁ ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି କମିଟି ଗଠନ ପାଇଁ ପୋଲିସ ଉଦ୍ୟମ ଚଳାଇଛନ୍ତି ।

Leave A Reply

Your email address will not be published.