ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ଚୌଦ୍ଵାର ପୋଲିସର ତଦନ୍ତ

କଟକ,(ଏସ୍‌ଏନ୍ୟୁଜ): ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ୧୯ ନମ୍ବର ୱାର୍ଡ କେଦାରେଶ୍ୱର ମୌଜାର ଏକ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୃତକ ମହିଳା ଜଣକ ହେଲେ ଶାନ୍ତି ମୂଖାର୍ଜୀ । ସେ ଏଠାରେ ଏକୁଟିଆ ନିଜର ପୁଅ ଆସୁ ସହିତ ରହୁଥିଲେ । ପୁଅ ଦିନ ୧ଟାରେ ବେଳେ ଖେଳି ସାରି ଘରକୁ ଫେରି ମା ଝୁଲୁ ଥିବାର ଦେଖି ପଡ଼ୋଶୀଙ୍କୁ ଡାକିଥିଲା। ସ୍ଥାନୀୟ ଲୋକ ଦିନ ପ୍ରାୟ ୧ ଟାରେ ଚୌଦ୍ଵାର ଥାନାକୁ ଖବର ଦେଇଥିଲେ । ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତ୍ୟୁର କାରଣ ଜଣାପଡିନି। ସାଇଣ୍ଟିଫିକ ଟିମ ଆସି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.