ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଆଉ ୧୦ ଗିରଫ,୧୯ରେ ପହଞ୍ଚିଲା ମୋଟ ସଂଖ୍ୟା

ଭଦ୍ରକ ,(ଏସ୍‌ଏନ୍ୟୁଜ): ବିକ୍ଷୋଭ ପ୍ରଦର୍ଶନ ବେଳେ ବ୍ଲକ ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ପୁଣି ୧୦ଜଣ ଗିରଫ । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ ଗିରଫ ସଂଖ୍ୟା ୧୯ରେ ପହଞ୍ଚିଛି ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ମହିଳା ମହାସଂଘର ସଭାନେତ୍ରୀ ଓ ସମ୍ପାଦକଙ୍କୁ ବହିଷ୍କାରକୁ ବେଆଇନ ବୋଲି ଦାବି କରି ମହିଳା ମାନେ ଧାରଣା ସହ ବିକ୍ଷୋଭ କରିଥିଲେ । ଏହାପରେ ସଙ୍ଗବଦ୍ଧ ଭାବେ ବ୍ଲକ ଅଫିସରେ ଭଙ୍ଗାରୁଜା କରିବା ସହ ବ୍ଲକ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ବ୍ଲକର ୨ କର୍ମଚାରୀ ଆହତ ହୋଇଥିବା ବେଳେ ୨ଜଣ ପୋଲିସ କର୍ମଚାରୀ ମଧ୍ୟ ଲହୁଲୁହାଣ ହୋଇଥିଲେ । ଏହି ଘଟଣାରେ ବନ୍ତ ପୋଲିସ ୨ଟି ମାମଲା ଋଜୁ କରି ପ୍ରଥମେ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ପୁଣି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.