ଟିକାକରଣ ପାଇଁ ସମନ୍ୱୟ କମିଟି ଗଠନ କରିବା ଲାଗି ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର/ନୁଆଦିଲ୍ଲୀ,(ଏସ୍‌ଏନ୍ୟୁଜ):ଆସୁଛି କରୋନା ଟିକା । ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର । ଟିକା ବଣ୍ଟନରେ ସମନ୍ୱୟ ରକ୍ଷା ପାଇଁ ଗଠନ ହେବ ୩ଟି କମିଟି ଓ ଟାସ୍କଫୋର୍ସ । ରାଜ୍ୟକୁ କେନ୍ଦ୍ର ଦେଲା ପରାମର୍ଶ । ବର୍ଷେ ଚାଲିବ ଟିକାକରଣ ଅଭିଯାନ । କରୋନା ଟିକା ଆସିବା ପରେ କେମିତି ଦିଆଯିବ? ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ଟିକାକରଣ ପାଇଁ ସମନ୍ୱୟ କମିଟି ଗଠନ ଲାଗି ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ, ୩ଟି କମିଟି ଗଠନ ହେବ । ପ୍ରଥମ କମିଟି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି, ଦ୍ୱିତୀୟ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଟାସ୍କ କମିଟି ଓ ତୃତୀୟଟି ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଟାସ୍କଫୋର୍ସ ଗଠନ ହେବ । ଏସବୁ କମିଟି ଓ ଟାସ୍କଫୋର୍ସ ଟିକାକରଣର ତଦାରଖ କରିବେ । ଏନେଇ କେନ୍ଦ୍ର ଚିଠି ଲେଖିବା ପରେ ରାଜ୍ୟ ପ୍ରସ୍ତୁତ ଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । କାହାକୁ ପ୍ରାଥମିକତା ଦେଇ ଟିକା ଦିଆଯିବ, ସେନେଇ ରାଜ୍ୟ ଡାଟାବେସ୍‌ ପ୍ରସ୍ତୁତ କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଟିକା ଆସିବା ପୂର୍ବରୁ ପଦକ୍ଷପ ନେଇଥିବାରୁ ସେ ସ୍ୱାଗତ କରିଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଏକାଧିକ ବର୍ଗ ଟିକାକରଣରେ ସାମିଲ ହେବେ । ଏଥିପାଇଁ ୩ଟି କମିଟି ଓ ଟାସ୍କଫୋର୍ସ ଗଢ଼ିବାକୁ କେନ୍ଦ୍ର କହିଛି । ତେବେ ରାଜ୍ୟରେ କମିଟି ଗଠନ ସହ ଡାଟାବେସ୍‌ ପ୍ରସ୍ତୁତ ହୋଇଥିବା କହିଛି ଆଇ୍‌ଏଲ୍‌ଏସ୍‌ । ସେପଟେ କରୋନାର ଦ୍ୱିତୀୟ ଲହରୀ ପାଇଁ ସଚେତନ ରହିବାକୁ ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.