ଝରକା ତାଡ଼ି ବ୍ୟାଙ୍କ ଲୁଟ୍ , ପୋଲିସ ତଦନ୍ତ ଜାରି

ସମ୍ବଲପୁର ,(ଏସ୍‌ଏନ୍ୟୁଜ): ରେଢ଼ାଖୋଲ କଦଳୀଗଡ ୟୁନିୟନ ବ୍ୟାଙ୍କରୁ ବିଳମ୍ୱିତ ରାତିରେ ଡକାୟତି ହୋଇଥିବା ଜଣାପଡିଛି । ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଲୁଟେରା ଲୁହା ରଡ ବ୍ୟବହାର କରି ବ୍ୟାଙ୍କ ଝରକା କାଟି ଡକାୟତି ଘର ଭିତରକୁ ପ୍ରବେଶ କରିଥିଲେ। ଟ୍ରେଜେରୀକୁ କାଟିବାକୁ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ଟ୍ରେଜେରିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ବ୍ୟାଙ୍କରୁ କେତେ ଟଙ୍କା ଚୋରି ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସମ୍ବଲପୁରରୁ ଏକ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳକୁ ଆସୁଛନ୍ତି ।

Leave A Reply

Your email address will not be published.