ଆରଡିପୀଠରେ ୩୧ଜଣଙ୍କଠାରେ କରୋନା

ଭଦ୍ରକ,(ଏସ୍‌ଏନ୍ୟୁଜ):
ଭଦ୍ରକ ଜିଲା ଆରଡିପୀଠରେ ଶୁକ୍ରବାର କରୋନା ପରୀକ୍ଷା ସମୟରେ ୩୧ଜଣଙ୍କଠାରେ କରୋନା ପଜିଟିଭ ଥିବା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଥିଲା । ପରେ ଆରଡି ପଚାଂୟତର ସରପଂଚ ଅରବିନ୍ଦ ପାଢୀ ଆରଡି ପୀଠକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିବା ସହ ଆସନ୍ତା ୨୮ତାରିଖ ପର୍ୟ୍ୟନ୍ତ ଁ ସମଗ୍ର ଆରଡି ପଂଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ଶୁକ୍ରବାର ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୮୫ଜଣଙ୍କର ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୩୧ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ସ୍ୱତନ୍ତ୍ର ରହି ଚିକିତ୍ସା ନିମନ୍ତେ ପରାମର୍ଶ ଦିଆଯାଇଥିବା ସ୍ଥାନୀୟ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି ।

Leave A Reply

Your email address will not be published.