ଯୋଡ଼ି ହେଲା ବାଙ୍କୀ ମୁହାଣ : ନିର୍ମାଣ ହୋଇଛି ସାଇଫନ୍‌ ପୋଲ , ପରିତ୍ୟକ୍ତ ବେଳାଭୂମି ହେବ ଆକର୍ଷଣୀୟ

ପୁରୀ ,(ଏସ୍‌ଏନ୍ୟୁଜ): ଶହଶହ ବର୍ଷ ପରେ ପୁରୀର ବାଙ୍କୀ ମୁହାଣ ଓ ଗୋଲଡେନ ବିଚ୍‌କୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ‌ବେଳାଭୂମିକୁ ଯୋଡ଼ି ଦିଆଯାଇଛି। ଦୁଇ ବେଳାଭୂମି ମଧ୍ୟରେ ରହିଥିବା ଜଳାଧାର ମଧ୍ୟରେ ଏକ ସା‌ଇଫନ (ପୋଲ) ନିର୍ମାଣ କରା‌ଯାଇଛି। ଫଳରେ, ମହାପ୍ରଭୁଙ୍କ ଦାରୁ ଲାଗିଥିବା ପବିତ୍ର ବାଙ୍କୀ ମୁହାଣ ପୁଣିଥରେ ହସିବ। ଏହି ପବିତ୍ରସ୍ଥଳ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରାଣକେନ୍ଦ୍ରରେ ପରିଣତ ହେବ।

ଗତ ୨୪ ତାରିଖ ଦିନ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏଠାକୁ ଗସ୍ତରେ ଆସି ପୁରୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଫଳରେ, ପୁରୀକୁ ନେଇ ନୂଆ ଆଶା ସଂଚାର ହୋଇଥିଲା। ବିଶେଷକରି, ପୁରୀର ବେଳାଭୂମି ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ତଦନୁଯାୟୀ ବାଙ୍କୀ ମୁହାଣ ଓ ଗୋଲଡେନ ବିଚକୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ‌ବେଳାଭୂମିକୁ ଯୋଡ଼ି ଦିଆଯାଇଛି। ଦୁଇ ବେଳାଭୂମି ମଧ୍ୟରେ ରହିଥିବା ଜଳାଧାର ମଧ୍ୟରେ ଏକ ସା‌ଇଫନ ନିର୍ମାଣ (ପୋଲ) ନିର୍ମାଣ କରା‌ଯାଇଛି। ତ‌ଳେ ପାଇପ୍‌ରେ ଜଳ ନିଷ୍କାସନ କରାଯାଉଛି। ଫଳରେ ଦୁଇ ବେଳାଭୂମି ମଧ୍ୟ‌ରେ ଥିବା ଦୂରତ୍ବ ହ୍ରାସ ପାଇଛି। ପର୍ଯ୍ୟଟକଙ୍କୁ ଏଣିକି ଆଉ ବୁଲିକରି ଆସିବାକୁ ପଡ଼ିବନାହିଁ। ସେହିବା‌ଟ ଦେଇ ସଂପୂର୍ଣ୍ଣ ବେଳାଭୂମି ବୁଲିପାରିବେ।

Leave A Reply

Your email address will not be published.