ପୂର୍ବ ଶତ୍ରୁତାକୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଚମ୍ପେଶ୍ୱର,(ଏସ୍‌ଏନ୍ୟୁଜ): ଅନ୍ତର୍ଗତ ବଡମ୍ବା ବ୍ଲକର ଗୋପପୁର ପଂଚାୟତର ଅନ୍ତର୍ଗତ ପଦ୍ମନାଭ ପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇଧାରୁଆ ଅସ୍ତ୍ରରେ ଆକ୍ରମଣ । ଆକ୍ରମଣରେ ୩ଜଣ ଗୁରୁତର ସେମାନେ ହେଲେ ଗୋପବନ୍ଧୁ ମହାନ୍ତି ଓ ତାଙ୍କ ପତ୍ନୀ ସେହି ସ୍ଥାନରେ ଉପସ୍ଥିତ ଥିବା ଆଉ ଜଣେ ବ୍ୟକ୍ତି ମନୋରଞ୍ଜନ ମହାପାତ୍ର ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି ।ଅମାନବୀୟ ଘଟଣା ଘଟେଈ ଥିବା ୨ଜଣ ବ୍ୟକ୍ତି ହେଉଛନ୍ତି ମାନସ ମହାନ୍ତି ଓ ବିଭୁପ୍ରସାଦ ସାହୁ(କୁନୁ) । ସେମାନେ ଏହି ନାରକୀୟ ଘଟଣା ଘଟାଇ ସାରି ଗାଡ଼ି ରେ ଖସିଯାଇ ଥିବା ବେଳେ ଗାଡ଼ିରୁ ପଡ଼ି ମାନସ ମହାନ୍ତି ଛାତିରେଯନ୍ତ୍ରଣା ହେଉଥିଲା ତାଙ୍କ ୨ଜଣକୁ କଟକ ବଡ଼ ଏସିବି ମେଡିକାଲ୍‌ କୁ ପଠାଇ ଦିଆଯାଇଥିଲା ସେଠାରେ ମାନସ ମହାନ୍ତିର ହୃଦଘାତରେ ମୃତ୍ୟୁ ଘଟିଛି ଓ ତାର ସହଯୋଗୀ ବିଭୁପ୍ରସାଦ ସାହୁ (କୁନୁ) ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.