କଟକ ,(ଏସ୍ଏନ୍ୟୁଜ): ବାଙ୍କୀ କନ୍ତପଂହଁରା ପଞ୍ଚାୟତ ଘୋଳପୁର ଗ୍ରାମରେ ବୋମା ମାଡ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବାଙ୍କୀ ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ଓ ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କରିଛନ୍ତି ଗ୍ରାମାଞ୍ଚଳ ଏସପି ବି. ଯୁଗୋଳ କିଶୋର । ଘଟଣାରେ ସଂପୃକ୍ତ ରହିଥିବା ମୁଖ୍ୟ ଅଭିଯୁକ୍ତ ଆଲୋକ ଓ ଦୀନବନ୍ଧୁ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗତ ୨୪ ତାରିଖ ସକାଳ ସମୟରେ କନ୍ତପଂହଁରା ପଞ୍ଚାୟତ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରାଙ୍କ ପାଖରେ ସଂଘବଦ୍ଧ ଭାବେ କିଛି ଯୁବକ ପହଞ୍ଚିଥିଲେ । ହଠାତ୍ ବୋମାମାଡ କରିବା ପରେ ଗୋବିନ୍ଦଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟାକାଣ୍ଡ ଘଟାଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିବା ପରେ ସେହି ଗ୍ରାମର ହିଁ ସମସ୍ତ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । ସେ ଆଧାରରେ ତଦନ୍ତ ଜାରି ରହିଥିବା କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ।