ଭୁବନେଶ୍ୱର ,(ଏସ୍ଏନ୍ୟୁଜ): ଉପ-ନିର୍ବାଚନ ନେଇ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଏହି କ୍ରମରେ ସାମିଲ ହେବେ ଖୋଦ୍ ବିଜେଡିର ସଭାପତି ତଥା ଦଳର ସର୍ବୋଚ୍ଚ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ବୁଧବାର ତିର୍ତ୍ତୋଲ ବିଧାନସଭା ଆସନ ଲାଗି ପ୍ରଚାର କରିବାକୁ ଥିବା ବେଳେ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ବାଲେଶ୍ୱରର ଆଇଟିଆଇ ପଡ଼ିଆ ଓ ସିଦ୍ଧି କଲ୍ୟାଣ ମଣ୍ଡରେ ଭର୍ଚୁଆଲ୍ ପ୍ରଚାର କରିବେ । ତିର୍ତ୍ତୋଲରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରିବେ । ସେହିଭଳି ବାଲେଶ୍ୱର ସଦର ଆସନ ନେଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପଚ୍ରାର କରିବେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ପ୍ରଚାରକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଆଜି ଏ ନେଇ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।