ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା ,(ଏସ୍‌ଏନ୍ୟୁଜ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ୍ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।ସଦରଥାନାର ଇନ୍ସପେକ୍ଟର ସତ୍ୟବ୍ରତ ଲେଙ୍କାଙ୍କ ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ୍ (ପିବି ୨୯ ଏକ୍ସ ୦୫୬୬) ଜଣେ ମୋଟର ସାଇକଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ମୋଟରସାଇକଲ୍ ଆରୋହୀ ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀର ବାସୁଦେବ ପୃଷ୍ଟି (୫୪) ବୋଲି ଜଣାପଡ଼ିଛି । ପୁଲିସ ଟ୍ରକକୁ  ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି । ଏନେଇ ୨୧୭/୨୦୨୦ରେ ଦଫା ୨୭୯ରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.