ଭୁବନେଶ୍ୱର,(ଏସ୍ଏନ୍ୟୁଜ): କରୋନା ଭାଇରସ ଜନିତ ରୋଗରେ ପୀଡିତ ହୋଇ ରବିବାର୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସୂଚନା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗପକ୍ଷରୁ ପ୍ରଦାନ କରାଯାଇଛି ।
ସେପଟେ ରବିବାର ରାଜ୍ୟରେ ପୁଣି ୨୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମଧ୍ୟ ସୂଚନା ପ୍ରଦାନ କରିଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩ ଜଣ ରହିଥିବା ବେଳେ ରାୟଗଡ଼ାର ୨ ଜଣ ରହିଛନ୍ତି । ସେହିଭଳି କଟକର ୨ ଜଣ ରହିଥିବା ବେଳେ ନୟାଗଡ଼ର ଜଣେ, ଗଜପତିର ଜଣେ ଓ ବଲାଙ୍ଗିରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷର ପୁରୁଷ । ସେ ଡାଇବେଟିସ୍, ହାଇପରଟେନ୍ସନ୍ ଓ କରୋନିକ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଆଉ ଜଣେ ୬୧ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ତାଙ୍କର କୌଣସି ଅନ୍ୟ ରୋଗଥିବା ସୂଚନା ନାହିଁ । ତେବେ ତୃତୀୟ ମୃତକ ହେଉଛନ୍ତି ୭୦ ବର୍ଷୀୟ ପୁରୁଷ । ସେହିଭଳି ରାୟଗଡ଼ାରୁ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୫୬ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୪୫ ବର୍ଷୀୟ ପୁରୁଷ ।
କଟକର ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୮୭ ବର୍ଷୀୟ ମହିଳା ଯିଏ କି Chronic Obstructive Pulmonary Disease, Hypertension, Old Cerebro Vasular ରେ ସମ୍ମୁଖୀନ ହୋଇଥିଲେ । ଅନ୍ୟ ଜଣେ ମୃତକ ହେଉଛନ୍ତି ୭୫ ବର୍ଷୀୟ ପୁରୁଷ ଯିଏ କି ପୂର୍ବରୁ ମଧୁମେହ, Hypothyroidism, କିଡନୀ ଜନିତ ରୋଗର ଶିକାର ଥିଲେ ।
ନୟାଗଡ଼ର ମୃତକ ଜଣକ ହେଉଛନ୍ତି ୫୮ ବର୍ଷୀୟ ପୁରୁଷ, ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଗଜପତି ଜିଲ୍ଲାର ମୃତକ ହେଉଛନ୍ତି ୪୫ ବର୍ଷୀୟ ପରୁଷ, ସେ ମଧ୍ୟ ଡାଇବେଟିସ୍ ରୋଗରେ ପୂର୍ବରୁ ଆକ୍ରାନ୍ତ ଥିଲେ । ଅନ୍ୟପଟେ ବଲାଙ୍ଗିରରୁ ମଧ୍ୟ ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ପୂର୍ବରୁ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ ।