ବିଜୁ ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ଟିମ୍‌ ଘୋଷଣା କଲା

ଅଖିଳ ମହାପାତ୍ର କୋଷାଧ୍ୟକ୍ଷ

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ବିଜେଡି ସଭାପତି ଭାବେ କିଛି ଦିନ ତଳେ ଉତର ବିଧାୟକ ସୁଶାନ୍ତ ରାଉତଙ୍କୁ ବଛା ଯାଇଥିଲା । ରବିବାର ସେ ନିଜର ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସେ ବେଶ୍‌ କିଛି ନେଇ ଦୟିତ୍ୱ ବଂଟନ କରିଥିଲେ ମଧ୍ୟ ତୃରମୂଳ ସ୍ତରରୁ ବିଜେଡିକୁ ମଜବୁତ କରିବା ପରିପ୍ରେକ୍ଷୀରେ ଏହା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।

ରବିବାରବିଦ୍ଧବଦ୍ଧ ଭାବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମତି କ୍ରମେ ଏହି ତାଲିକା ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ଟିମରେ ୨୭ ଜଣ ପରାମର୍ଶଦାତା, ୨୪ ଜଣ ଉପ-ସଭାପତି, ୨୩ ଜଣ ସାଧାରଣ ସମ୍ପାଦକ, ୭୯ଟି ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ସେହିଭଳି ୪୧ ନମ୍ୱର ୱାର୍ଡର ଅଖିଳ ମହାପାତ୍ରଙ୍କୁ କୋଷାଧ୍ୟକ ଦାୟିତ୍ୱ ମିଳିଛି । ଉଲ୍ଲେଖନୀୟ ଯେ ରାଜ୍ୟ ଗଣମାଧ୍ୟମ ବ୍ୟାପାର ବିଭାଗର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ଘୋଷଣା କରିଛନ୍ତି ।

Leave A Reply

Your email address will not be published.