ଫାର୍ମାସିଷ୍ଟ ଛାତ୍ରଙ୍କ ହତ୍ୟା ଘଟଣା: ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ସାରଙ୍ଗଡ ଥାନା ଘେରାଉ

ବାଲିଗୁଡା,(ଏସ୍‌ଏନ୍ୟୁଜ):ବହୁ ଚର୍ଚ୍ଚିତ ଫାର୍ମାସିଷ୍ଟ ଛାତ୍ରଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଗିରଫ କରି ନାହିଁ ପୋଲିସ୍। ଅଭିଯୁକ୍ତର ଗିରଫ ଦାବିରେ ସ୍ଥାନୀୟ ଲୋକେ ସାରଙ୍ଗଡ ଥାନା ଘେରାଉ କରିଛନ୍ତି। ଗତ ୧୪ ତାରିଖରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହକୁ ୧୭ ତାରିଖରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଥିଲା। ଏହାସହ ସନ୍ଧାନୀ କୁକୁର ଓ  ସାଇଣ୍ଟିଫିକ ଟିମ୍‌ ସାହାଯ୍ୟରେ ତଦନ୍ତ ଚଳାଇଥିଲେ ବି ପୋଲିସ ହତ୍ୟାକାରୀର  ସୁରାକ ଏଯାଏଁ ପାଇନି। ଗତ ୧୪ ତାରିଖରେ ବାହାଡାପଦାର ୨୧  ବର୍ଷୀୟା କଲେଜ ଛାତ୍ର ଶରଣ ପଞ୍ଜର ନାୟକଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଜେଜେ ମାଙ୍କ ଶବଦାହ କରିବାକୁ ଯାଇ ଆଉ ସେ ଘରକୁ ଫେରିନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ସନ୍ଧାନ ମିଳିନଥିଲା। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ଶବ ଭାଷୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।  କଲୋନୀ ସାହିର ହରିଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ  ପରିବାର ଲୋକେ l  ପରିବାର ଲୋକ ହତ୍ୟାକାଣ୍ଡ ପ୍ରେମ ଜନିତ ଅଭିଯୋଗ କାରୀ  ମୃତ୍ୟୁ ପାଇଁ ପ୍ରେମିକାଙ୍କ  ପରିବାରଙ୍କୁ  ଦାୟୀ କରିଥିଲେ l ପୋଲିସ ଏତଲା କ୍ରମେ ପ୍ରେମିକାର ପରିବାରକୁ ଥାନାରେ ପଚରଉଚରା ଡାକିଥିଲେ। ପରବର୍ତ୍ତୀ ସମୟରେ ପୁଣି ଛାଡି ଦେଇଥିଲେ।

Leave A Reply

Your email address will not be published.